Latest Odisha News

BREAKING NEWS

ସହରାଞ୍ଚଳର ଉଠାଦୋକାନୀଙ୍କ ଲାଗି ୨୬ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋ‌ଷଣା କରିଥିଲେ। ଲକ୍‌ଡାଉନ୍‌ ଯୋଗୁ ଅନେକ ଜନଜୀବନ ପ୍ରଭାବିତ ହୋଇଛି। ଏହାଦ୍ବାରା ଅଧିକ ପ୍ରଭାବିତ ହୋଇଛନ୍ତି ସହରାଞ୍ଚଳର ଉଠାଦୋକାନୀ। ଉଠାଦୋକାନୀମାନେ ଆର୍ଥିକ ଦୃଷ୍ଟିରୁ ଅଧିକ କ୍ଷତି ସହିଛନ୍ତି।

BjdElectrycity

ଏହାକୁ ଦୃଷ୍ଟିରେ ରଖି ମହାମାରୀ ସମୟରେ ପ୍ରତିକୂଳ ପ୍ରଭାବ ପକାଇଥିବା ଉଠାଦୋକାନୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ମୋଟ ୨୬,୨୯,୭୧,୦୦୦ ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ବାରା ୮୭,୬୫୭ ଜଣ ଉଡାଦୋକାନୀ ଉପକୃତ ହେବେ।

Leave A Reply

Your email address will not be published.