Latest Odisha News

BREAKING NEWS

କ୍ୟୁଏସ ରାଙ୍କିଂରେ ‘ସୋଆ’

ଭୁବନେଶ୍ୱର : ‘ସୋଆ’କୁ ବଡ ସଫଳତା । ପୂର୍ବ ଭାରତର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟିକୁ କ୍ୟୁଏସ୍ ରାଙ୍କିଂ-୨୦୨୨ରେ ସ୍ଥାନ ମିଳିଛି । ଭାରତର ଶ୍ରେଷ୍ଠ ବିଶ୍ୱ ବିଦ୍ୟାଳୟ ମଧ୍ୟରେ ସୋଆକୁ ସ୍ଥାନ ମିଳିଛି । ସୋଆ ଭାରତୀୟ ବିଶ୍ୱ ବିଦ୍ୟାଳୟ ଗୁଡିକ ମଧ୍ୟରେ ୨୧ ତମ ସ୍ଥାନରେ ରହିଛି । ଏହି ରାଙ୍କିଂରେ ଆଇଆଇଟି ବମ୍ବେ ରାଙ୍କିଂରେ ଟପ୍ପର ହୋଇଛି ।

ଭାରତର ୩୫ଟି ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଓଡ଼ିଶାରୁ ସୋଆ ଓ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜି ଭୁବନେଶ୍ୱର ରହିଛନ୍ତି ।
ଭାରତରୁ ଏହି ସମ୍ମାନଜନକ ର‌୍ୟାଙ୍କିଂ ଅର୍ଜନ କରିଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ୯ଟି ଆଇଆଇଟି ଓ  ନ୍ୟାନ୍ୟ ପ୍ରସିଦ୍ଧ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ରହିଛି ।

ଏହାର ୮୦୧-୧୦୦୦ ବ୍ରାକେଟ୍‌ ମଧ୍ୟରେ ସୋଆ ସ୍ଥାନ ପାଇଛି । ସେହିପରି ସୋଆ ସମେତ ଭାରତର ୩ଟି ଡିମ୍‌ଡ୍ ଟୁ ବି ୟୁନିଭରସିଟି ଏହି ର‌୍ୟାଙ୍କିଂରେ ସ୍ଥାନ ପାଇଛନ୍ତି । ସାରା ବିଶ୍ୱର ୯୩ଟି ଦେଶର ଅସଂଖ୍ୟ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିର ସଫଳତାକୁ ବିଶ୍ଲେଷଣ କରାଯାଇଥିବା ବେଳେ ୧୩୦୦ଟି ଶିକ୍ଷାନୁଷ୍ଠାନକୁ ନେଇ ଏହି ର‌୍ୟାଙ୍କିଂ ପ୍ରସ୍ତୁତ କରାଯାଇଛି ।

ଶୈକ୍ଷିକ ପ୍ରତିଷ୍ଠା, ନିଯୁକ୍ତିଦାତାଙ୍କ ପ୍ରତିଷ୍ଠା, ଫାକଲଟିମାନଙ୍କ ସନ୍ଦର୍ଭ, ଫାକଲଟି ଛାତ୍ର ଅନୁପାତ, ଆନ୍ତର୍ଜାତୀକ ଫାକଲଟି ଓ ଆନ୍ତର୍ଜାତୀକ ଛାତ୍ରଛାତ୍ରୀ ଭଳି ବିଭିନ୍ନ ମାପଦଣ୍ଡକୁ ନେଇ ଏହି ର‌୍ୟାଙ୍କିଂ ପ୍ରସ୍ତୁତ କରାଯାଇଛି । ଏହି ସଫଳତାରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର  ବିଶ୍ୱବିଦ୍ୟାଳୟର ସଭାପତିଙ୍କ ପ୍ରେରଣା, ଅନ୍ୟାନ୍ୟ କର୍ମଚାରୀଙ୍କ ପରିଶ୍ରମ ଓ ଆନ୍ତରିକ ପ୍ରଚେଷ୍ଟା ଅନୁଷ୍ଠାନକୁ ଏହି ସଫଳତା ଆଣି ଦେଇଛି ବୋଲି କହିଛନ୍ତି ।

ମହାମାରୀ ସତ୍ୱେ ଫ୍ୟାକଲଟିମାନଙ୍କର ଶିକ୍ଷାଦାନ ଓ ହସପିଟାଲର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଦ୍ୱାରା କୋଭିଡ ସଂକ୍ରମିତ ହଜାର ହଜାର ଲୋକଙ୍କର ଉତ୍ସର୍ଗୀକୃତ ସେବାକୁ ପ୍ରଫେସର ମହାପାତ୍ର ପ୍ରଶଂସା କରିଥିଲେ ।

Leave A Reply

Your email address will not be published.