Latest Odisha News

BREAKING NEWS

ଆମେରିକାର ମିନ୍ନେସୋଟାରେ ଗୁଣ୍ଡିଚା ମନ୍ଦିର

ଭୁବନେଶ୍ୱର: ଆମେରିକାର ମିନ୍ନେସୋଟାରେ ଶ୍ରୀ ଗୁଣ୍ଡିଚା ମନ୍ଦିରର ଶୁଭ ଉଦଘାଟନ । ହିନ୍ଦୁ ମନ୍ଦିର ପରିସରରେ ନବ ନିର୍ମିତ ଶ୍ରୀଗୁଣ୍ଡିଚା ମନ୍ଦିରର ଶୁଭ ଉଦଘାଟନ ସମାରୋହ ଅନୁଷ୍ଠିତ ହେବ । ଆମେରିକୀୟ ସମୟ ସକାଳ ୧୧.୩୦ ମିନିଟରେ ସିନେଟର ଆମି କ୍ଲୋବୁଚର୍ ଏବଂ ମାପଲଗ୍ରୋଭର ମେୟର ମାର୍କ ଷ୍ଟିଫେନସନ୍ ଉଦଘାଟନ କରିବେ। ପୁରୀ ଠାରେ ଥିବା ମୂଳ ଶ୍ରୀଗୁଣ୍ଡିଚା ମନ୍ଦିର ପରେ ସମଗ୍ର ବିଶ୍ୱରେ ମିନ୍ନେସୋଟାର ଏହି ଗୁଣ୍ଡିଚା ମନ୍ଦିର ପ୍ରଥମ ବୋଲି ବିବେଚିତ ହେଉଅଛି ।

୨୦୦୬ ମସିହାରେ ୮୦ ଏକର ପରିମିତ ଜାଗା ଉପରେ ୪୩୦୦୦ ବର୍ଗଫୁଟର ବିରାଟକାୟ ହିନ୍ଦୁ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ମନ୍ଦିରରେ ଅନ୍ୟାନ୍ୟ ଦେବାଦେବୀଙ୍କ ସହିତ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନ ପୂଜା ପାଉଛନ୍ତି ତଥା ନିୟମିତ ଭାବେ ରଥଯାତ୍ରା ପର୍ବ ଅନୁଷ୍ଠିତ ହୋଇଆସୁଛି ।

‘ହିନ୍ଦୁ ସୋସାଇଟି ଅଫ ମିନ୍ନେସୋଟା’’ ପକ୍ଷରୁ ଗୁଣ୍ଡିଚା ମନ୍ଦିରର ଉଦଘାଟନ ଉପଲକ୍ଷେ ଏକ ତିନି ଦିନିଆ ମହୋତ୍ସବ ଆୟୋଜନ କରାଯାଉଛି ୧୯୭୮ ମସିହାରେ ଗଠନ କରାଯାଇଥିବା ଏହି ସୋସାଇଟିର ଐତିହାସିକ ତଥ୍ୟାବଳୀ , ବର୍ତ୍ତମାନର କାର୍ଯ୍ୟପନ୍ଥା ଏବଂ ଭବିଷ୍ୟତର ଯୋଜନାକ୍ରମ ତଥା ବିଭିନ୍ନ ଚାଲୁ ପ୍ରକଳ୍ପ ଉପରେ ପ୍ରକାଶିତ ଏକ ସ୍ମରଣିକାକୁ ଉନ୍ମୋଚନ କରିବେ। ମନ୍ଦିର ର ସମସ୍ତ ପ୍ରକଳ୍ପ ମୁଖ୍ୟ ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ ଓ  ସନ୍ଧ୍ୟାରେ ପ୍ରତିଷ୍ଠିତ ଓ ଉଦୀୟମାନ କଳାକାର ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯିବାକୁ ଥିବା ଜଣାଯାଇଛି।

 

Leave A Reply

Your email address will not be published.