Latest Odisha News

ପୂର୍ବତଟ ରେଳପଥ ଓ ଦକ୍ଷିଣ ରେଳପଥ ପରିସୀମା ମଧ୍ୟରେ ପରିବର୍ତ୍ତିତ ସମୟରେ ଚଳାଚଳ କରିବ ଟ୍ରେନ୍

ଭୁବନେଶ୍ବର : ଦକ୍ଷିଣ ରେଳ ପରିସୀମା ମଧ୍ୟରେ କିଛି ସ୍ୱତନ୍ତ୍ର ଟ୍ରେନର ସମୟ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଯାତାୟାତ କରୁଥିବା ୪ ଯୋଡ଼ା ବିଶେଷ ଟ୍ରେନ ସହିତ ପୁରୀରୁ ଛାଡୁଥିବା ଗୋଟିଏ ଟ୍ରେନ ନୂଆ ସମୟ ଅନୁସାରେ ଚଳାଚଳ କରିବ । ଏହି ଟ୍ରେନ୍ ଦକ୍ଷିଣ ରେଳବାଇର କିଛି ଷ୍ଟେସନରେ ସଂଶୋଧିତ ସମୟ ସାରଣୀରେ ରହଣି କରିବ ଓ ଛାଡିବ ।

୦୮୪୯୬ ଭୁବନେଶ୍ବର ରାମେଶ୍ବରମ୍ ସ୍ପେଶାଲ୍ ଭୁବନେଶ୍ବରରୁ ୧୮ ଜୁନ୍ରୁ ଚେନ୍ନାଇ ଏଗମୋର ଷ୍ଟେସନରେ ସକାଳ ୮ଟା ୧୫ରେ ପହଞ୍ଚିବ । ଏବଂ ୮ଟା ୩୦ରେ ରାମେଶ୍ବରମ୍ ଅଭିମୁଖେ ଯାତ୍ରା କରିବ । ୦୩୩୫୨ ଆଲେପି-ଧାନବାଦ୍ ସ୍ପେଶାଲ୍ ଆଲେପିରୁ ୧୬ ଜୁନରୁ ଏର୍ଣ୍ଣାକୁଲମ, ଆଲୱେ, ତ୍ରିଚୁର, ୱାଡାକାନଚେରି, ଅତ୍ତାପଲମ ଏବଂ ପାଲକ୍କାଡ ଷ୍ଟେସନରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ । ୦୨୬୬୬ କନ୍ୟାକୁମାରୀ-ହାଓ୍ବଡ଼ା ସ୍ପେଶାଲ୍ କନ୍ୟାକୁମାରୀ ଠାରୁ ୧୯ ଜୁନରୁ କନ୍ୟାକୁମାରୀ, ତିରୁନେଭେଲି, କୋଭିଲପାଟ୍ଟି, ସାତୁର ଓ ବିରୁଦୁନଗର ଷ୍ଟେସନରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ ।

ସେହିପରି ୦୨୬୬୫ ହାଓ୍ବଡ଼ା-କନ୍ୟାକୁମାରୀ ସ୍ପେଶାଲ ଟ୍ରେନ ହାଓ୍ବଡ଼ାରୁ ୨୧ ଜୁନରୁ ତିରୁନେଭେଲି ଷ୍ଟେସନରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ । ୦୮୧୯୦ ଏର୍ଣ୍ଣାକୁଲମ-ଟାଟା ସ୍ପେଶାଲ ଟ୍ରେନ ଏର୍ଣ୍ଣାକୁଲମ ଠାରୁ ୨୩ ଜୁନରୁ ଏର୍ଣ୍ଣାକୁଲମ, ଆଲୁଭା, ଥ୍ରୀସୁର, ପାଲକ୍କଡ, ପୋଡାନୁର, ତିରୁପୁର, ଏରୋଡ ଏବଂ ସାଲେମ ଷ୍ଟେସନରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ ।

Comments are closed.