ପ୍ୟାରିସ: ଚେକ୍ ଗଣରାଜ୍ୟର ବାରବୋରା କ୍ରେଜିକୋଭା ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ୨ ଦିନରେ ୨ଟି ଟାଇଟଲ ଜିତିଛନ୍ତି । ୨୦୦୦ରେ ମ୍ୟାରୀ ପିୟର୍ସଙ୍କ ପରେ ସେ ଏହି ସଫଳତା ହାସଲ କରିଛନ୍ତି । ଶନିବାର ମହିଳା ସିଙ୍ଗଲ୍ସ ଟାଇଟଲ ହାତେଇବା ପରେ ରବିବାର ଡବଲ୍ସ ମୁକାବିଲା ଫାଇନାଲରେ ନିଜ ଦେଶର କ୍ୟାଟେରିନା ସିନିୟାକୋଭଙ୍କ ସହ ମିଶି ପୋଲାଣ୍ଡର ଇଗା ସ୍ୱିୟତେକ ଓ ଆମେରିକାର ବେଥାନୀ ମାଟେକଙ୍କୁ ହରାଇଥିଲେ ।
ଚେକ୍ ଯୋଡି ସିଧାସଳଖ ସେଟରେ ୬-୪, ୬-୨ରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଥିଲେ । ସିଙ୍ଗଲ୍ସରେ ଆନାସ୍ତାସିଆ ପାଭେଲଚେଙ୍କେଭାଙ୍କୁ ହରାଇ ସେ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ ।
Comments are closed.