Latest Odisha News

ସେପ୍ଟେମ୍ବର ସୁଦ୍ଧା ଭାରତରେ ଲଞ୍ଚ୍‌ ହୋଇପାରେ ‘କୋଭୋଭାକ୍ସ’ ଟିକା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର କରୋନା ବିରୋଧରେ ଆଉ ଏକ ଟିକା ଆଣିବ ସେରମ୍‌। କରୋନା ବିରୋଧରେ ‘କୋଭୋଭାକ୍ସ’ ଟିକା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଘୋଷଣା ହେବାର ଦୁଇ ଦିନ ପରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ସେପ୍ଟେମ୍ବର ସୁଦ୍ଧା ଭାରତରେ ଏହାକୁ ଲଞ୍ଚ୍‌ କରାଯିବା ନେଇ ସେରମ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ବୁଧବାର ସେରମ୍‌ ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଯଦି କେନ୍ଦ୍ରରୁ ନିର୍ଦ୍ଦେଶ ମିଳେ ତେବେ ଏହି କରୋନା ଟିକା ସେପ୍ଟେମ୍ବର ମାସ ସୁଦ୍ଧା ଉପଲବ୍ଧ ହେବ।

ପୁନାୱାଲା ଏହା ମଧ୍ୟ କହିଛନ୍ତି ଯେ ସେମାନେ ଆସନ୍ତା ମାସରୁ ପିଲାମାନଙ୍କ ପାଇଁ କୋଭୋଭାକ୍ସର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି।

ଉଲ୍ଲେଖ ଥାଉ କି, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆମେରିକା ଟିକା ନିର୍ମାଣ କରୁଥିବା କମ୍ପାନି Novavax Inc ସହିତ ଏକ ଟିକା ଉତ୍ପାଦନ ଚୁକ୍ତି ରହିଛି।

Comments are closed.