Latest Odisha News

BREAKING NEWS

ଇଶାଙ୍କ ଅଭିନୟ କ୍ୟାରିୟର୍‌କୁ ପସନ୍ଦ କରୁନଥିଲେ ପିତା ଧର୍ମେନ୍ଦ୍ର

ମୁମ୍ବାଇ:ବଲିଉଡ୍‌ର ଭେଟେରାନ୍ ଆକ୍ଟର ଧର୍ମେନ୍ଦ୍ର ଜଣେ ଉଚ୍ଚକୋଟ୍ଟୀର କଳାକାର। ପତ୍ନୀ ହେମା ମାଳିନୀ ମଧ୍ୟ କଳା ଜଗତର ଏକ ଲୋକପ୍ରିୟ ନାଁ। ହେଲେ ଆପଣ ଜାଣନ୍ତି କି ଏକ ସମୟରେ ଅଭିନେତା ଧର୍ମେନ୍ଦ୍ର ନିଜ ଝିଅ ଇଶାଙ୍କ ଅଭିନୟ ଏବଂ ନୃତ୍ୟକଳାରେ କ୍ୟାରିୟର୍‌ ଆରମ୍ଭକୁ ବିରୋଧ କରୁଥିଲେ।

ଜଣେ ଦକ୍ଷ ଅଭିନେତ୍ରୀ ଇଶା ବର୍ତ୍ତମାନ ଜଣେ ତାଲିମପ୍ରାପ୍ତ ନୃତ୍ୟଶିଳ୍ପୀ ମଧ୍ୟ। କିନ୍ତୁ ସେ ତାଙ୍କ କ୍ୟାରିୟର୍‌ ପ୍ରାରମ୍ଭରେ ନିଜ ପିତାଙ୍କ ସମର୍ଥନ ପାଇପାରିନଥିଲେ।

ଇଶାଙ୍କ ପିଲାବେଳୁ ଅଭିନୟ ଏବଂ ନୃତ୍ୟ ପ୍ରତି ଆଗ୍ରହୀ ଥିଲେ। ସେ ଜଣେ ପେସାଦାର ନୃତ୍ୟଶିଳ୍ପୀ ହେବାକୁ ଚାହୁଁଥିଲେ ଏବଂ ବଲିଉଡରେ ନିଜ କ୍ୟାରିୟର କରିବାକୁ ମଧ୍ୟ ଚାହୁଁଥିଲେ ବୋଲି ଏକ ସାକ୍ଷାତକାରରେ କହିଥିଲେ ମା ହେମା ମାଳିନୀ।

ହେମା ମାଳିନୀ ଆହୁରି ମଧ୍ୟ କହିଥିଲେ ଯେ ଧର୍ମେନ୍ଦ୍ର ତାଙ୍କ ଉତ୍ସାହକୁ ଓ ଆଗ୍ରହକୁ ସମର୍ଥନ କରୁନଥିଲେ। ବଲିଉଡ୍‌ ଫିଲ୍ମରେ ଅଭିନୟ ପାଇଁ ଆପତ୍ତି କରିଥିଲେ ଧର୍ମେନ୍ଦ୍ର।

ପରେ, ହେମା ମାଳିନୀଙ୍କ ସାହସିକତା ଦେଖିବା ପରେ ଧର୍ମେନ୍ଦ୍ର ନୃତ୍ୟ ଓ ଅଭିନୟ ପ୍ରତି ଇଶାଙ୍କ ଆଗ୍ରହକୁ ଗ୍ରହଣ କରିଥିଲେ।

Comments are closed.