ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ବର୍ଗରେ କରୋନା ଟିକାକରଣ ଚାଲିଛି। ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ୨୯.୩୫ କୋଟି ଡୋଜ୍ ଟିକା ଯୋଗାଇଦେଇଛନ୍ତି। ଏହା ସହିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ କିପରି ସିଧାସଳଖ ଟିକା କ୍ରୟ କରିପାରିବେ ତା’ର ବ୍ୟବସ୍ଥା ମଧ୍ୟ ହୋଇଛି ବୋଲି କେନ୍ଦ୍ର ସୂଚନା ଦେଇଛି। କେନ୍ଦ୍ର ସରକାରଙ୍କ ସ୍ଥିରୀକୃତ ନୀତି ଅନୁସାରେ ବିଭିନ୍ନ ଲାବୋରେଟୋରୀରେ ପ୍ରସ୍ତୁତ ହେଉଥିବା ଟିକାର ୫୦ ପ୍ରତିଶତ ଟିକା କେନ୍ଦ୍ର ସରକାର କିଣିବେ। ଏହାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ମାଗଣା ଦିଆଯିବ। ଏହି କ୍ରମରେ ରାଜ୍ୟଗୁଡ଼ିକୁ ୨୯,୩୫,୦୪,୮୨୦ ଟିକା ଦିଆଯାଇଛି। ସେଥିମଧ୍ୟରୁ ଗତକାଲି ସନ୍ଧ୍ୟା ସୁଦ୍ଧା ୨୬,୩୬୨୬,୮୮୪(ନଷ୍ଟ ହୋଇଥିବା ଟିକାକୁ ମିଶାଇ) ଡୋଜ୍ ବ୍ୟବହାର ହୋଇଛି। କେନ୍ଦ୍ର ଅଂଶରୁ ଏବେ ବି ରାଜ୍ୟଗୁଡ଼ିକ ପାଖରେ ୨,୯୮,୭୭,୯୩୬ ଡୋଜ୍ ଟିକା ବଳକା ରହିଛି।
BREAKING NEWS
- ଆଇପିଏଲ ଆୟରୁ କୋହଲିଙ୍କ କଟିଯିବ ୮ କୋଟି ଟଙ୍କା
- ଏପ୍ରିଲ ୨ରୁ ଖାତାଦେଖା; ମେ ୧୫ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ
- ନକ୍ସଲଙ୍କ ବିସ୍ଫୋରଣ ଯୋଜନା ପଣ୍ଡ; ୪୫ କିଲୋ ଲ୍ୟାଣ୍ଡମାଇନ ଉଦ୍ଧାର
- ଅଫିସିଆଲ ଘୋଷଣା,ନିର୍ଦ୍ଦେଶନା ଦେବେ ହ୍ରିିତିକ ରୋଶନ
- ପୁଣି ବଢିଲା ତାତି, ଝାରସୁଗୁଡ଼ାରେ ୪୨ .୨ ଡିଗ୍ରୀ ରେକର୍ଡ
- ବେଆଇନ ଗୁଟ୍ଖା ଚାଲାଣବେଳେ ମାଡି ବସିଲା ପୋଲିସ
- ପ୍ରଦୀପ ଜେନା ହେଲେ ଓଇଆରସି ଅଧ୍ୟକ୍ଷ
- ତୁର୍କୀ ଫିଲ୍ମରେ ଏଣ୍ଟ୍ରି କଲେ କି ବିରାଟ କୋହଲି, ଭିଡିଓ ଭାଇରାଲ…
- ମାଡ୍ରାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ କୁନାଲ କାମରା
- ରାଜଧାନୀରେ ଟ୍ରାଫିକ୍ କଟକଣା; ସନ୍ଧ୍ଯା ୫ରୁ ମଧ୍ୟରାତ୍ରି ଯାଏଁ ଲାଗୁ…
Comments are closed.