ଭୁବନେଶ୍ଵର: କରୋନା ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ (ଓଏସବିସିଏଲ୍) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏହି ଚେକ୍ ଗ୍ରହଣ କରିଥିଲେ। ପାନୀୟ ନିଗମ ଲିମିଟେଡର ଚେୟାରମ୍ୟାନ ତଥା ଅବକାରୀ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ ଏହି ଚେକ୍ ପ୍ରଦାନ କରିଥିବା ବେଳେ ସେଠାରେ ଅନ୍ୟମାନଙ୍କ ମଧ୍ୟରେ ନିଗମର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ସେଠୀ ମଧ୍ୟ ଉପସ୍ଥିତ ଥିଲେ। ଓଏସବିସିଏଲର ଏହି ପଦକ୍ଷେପକୁ ମୁଖ୍ୟ ସଚିବ ପ୍ରଶଂସା କରିବା ସହ ପୂର୍ବବର୍ଷ ମଧ୍ୟ ନିଗମ ୧୫ କୋଟି ଟଙ୍କା ରିଲିଫ ପାଣ୍ଠିକୁ ଦେବା ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହିତ ଡିଭିଡେଣ୍ଡ ବାବଦକୁ ଓଏସବିସିଏଲ୍ ୨୦୧୯-୨୦ ଆର୍ଥିକ ବର୍ଷରେ ୭,୫୮,୦୧,୩୨୬ କୋଟି ଟଙ୍କା ପ୍ରଦାନ କରିଥିଲା। ଏହା ଛଡ଼ା ସ୍ଵାସ୍ଥ୍ୟ ବିଭାଗକୁ ଏଏଲ୍ଏସ୍ ଆମ୍ବୁଲାନ୍ସ କିଣିବା ପାଇଁ ୧.୪୩ କୋଟି ଟଙ୍କା ଦେଇଥିବାରୁ ମୁଖ୍ୟ ସଚିବ ଧନ୍ୟବାଦ ଦେଇଥିଲେ।
BREAKING NEWS
- Hirakud Dam:ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ୍,୧୧ ଗେଟ୍ ଦେଇ ଜଳ ନିଷ୍କାସନ
- କ୍ଷମତାର ଅପବ୍ୟବହାର ଅଭିଯୋଗ: ସାଂସଦଙ୍କ ପୁଅଙ୍କ କାର୍ ଧକ୍କାରେ ଯୁବତୀଙ୍କ ମୃତ୍ୟୁ ପରେ ବି ଥାନାରୁ ଖସିଲେ ଅଭିଯୁକ୍ତ
- ନୟାଗଡ଼ରୁ ମିଳିବ ସୁଭଦ୍ରା ଯୋଜନାର ୫ମ କିସ୍ତି; ପ୍ରସ୍ତୁତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ
- ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ, କିନ୍ତୁ ଭାରତ ଗସ୍ତକୁ ନେଇ ଦ୍ୱନ୍ଦ୍ୱରେ ଢାକା
- ଅତ୍ୟଧିକ ମିଠା ଖାଉଛନ୍ତି କି? ସାବଧାନ, ହୋଇପାରେ ଟାଇପ୍-୨ ଡାଇବେଟିସ୍!
- ବ୍ୟାଡମିଂଟନ ୱାର୍ଲ୍ଡ ଚାମ୍ପିଅନ୍ସିପ: ଦୀର୍ଘ ୧୫ ବର୍ଷ ପରେ ମହିଳା ଡବଲ୍ସରେ ଭାରତକୁ ମିଳିବ ପଦକ
- ସ୍ପିରିଟ ଫିଲ୍ମ ବିବାଦ: ଦୀପିକା ପାଦୁକୋନଙ୍କ ନିଷ୍ପତ୍ତି ଓ ପ୍ରଯୋଜକଙ୍କ ବିସ୍ଫୋରକ ଅଭିଯୋଗ
- Poland backs India’s anti-terror stance:‘ଆମେ ଭାରତ ସହ ଅଛୁ’: ଆତଙ୍କବାଦ ବିରୋଧୀ ଲଢ଼େଇରେ ଏହି ଦେଶ ଭାରତକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛି
- Parents Right: ବୁଢା ବାପା-ମା’କୁ ହତାଦର କରିପାରିବେନି ପୁଅ-ଝିଅ…ସୁପ୍ରିମକୋର୍ଟ ଦେଲେ ବଡ ରାୟ
- ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀରେ ମୁଖ୍ୟମନ୍ତ୍ରୀ, ହଜାର ହଜାର ସାଧୁସନ୍ଥଙ୍କ ଜନସମାଗମ

Comments are closed.