ଭୁବନେଶ୍ଵର: କରୋନା ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ (ଓଏସବିସିଏଲ୍) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏହି ଚେକ୍ ଗ୍ରହଣ କରିଥିଲେ। ପାନୀୟ ନିଗମ ଲିମିଟେଡର ଚେୟାରମ୍ୟାନ ତଥା ଅବକାରୀ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ ଏହି ଚେକ୍ ପ୍ରଦାନ କରିଥିବା ବେଳେ ସେଠାରେ ଅନ୍ୟମାନଙ୍କ ମଧ୍ୟରେ ନିଗମର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ସେଠୀ ମଧ୍ୟ ଉପସ୍ଥିତ ଥିଲେ। ଓଏସବିସିଏଲର ଏହି ପଦକ୍ଷେପକୁ ମୁଖ୍ୟ ସଚିବ ପ୍ରଶଂସା କରିବା ସହ ପୂର୍ବବର୍ଷ ମଧ୍ୟ ନିଗମ ୧୫ କୋଟି ଟଙ୍କା ରିଲିଫ ପାଣ୍ଠିକୁ ଦେବା ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହିତ ଡିଭିଡେଣ୍ଡ ବାବଦକୁ ଓଏସବିସିଏଲ୍ ୨୦୧୯-୨୦ ଆର୍ଥିକ ବର୍ଷରେ ୭,୫୮,୦୧,୩୨୬ କୋଟି ଟଙ୍କା ପ୍ରଦାନ କରିଥିଲା। ଏହା ଛଡ଼ା ସ୍ଵାସ୍ଥ୍ୟ ବିଭାଗକୁ ଏଏଲ୍ଏସ୍ ଆମ୍ବୁଲାନ୍ସ କିଣିବା ପାଇଁ ୧.୪୩ କୋଟି ଟଙ୍କା ଦେଇଥିବାରୁ ମୁଖ୍ୟ ସଚିବ ଧନ୍ୟବାଦ ଦେଇଥିଲେ।
BREAKING NEWS
- ଚର୍ଚ୍ଚାରେ ବେଲଜିୟମର କୁନି ଆଇନଷ୍ଟେଇନ
- ସକାଳୁ ଉଷୁମ ପାଣି ସହ ଘିଅ ପିଅନ୍ତୁ, ୧୫ ଦିନରେ ଦୂର ହେବ ଏହି ସମସ୍ୟା…
- ପୁଟିନଙ୍କ ଗସ୍ତ ପୂର୍ବରୁ ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିକୁ ମଞ୍ଜୁରୀ ଦେଲା ଋଷ
- Bomb threat emails: ଏହି ବିଶ୍ୱବିଦ୍ୟାଳୟର ଦୁଇଟି କଲେଜକୁ ବୋମା ଧମକ, ସୁରକ୍ଷା ଏଜେନ୍ସି ସଜାଗ
- CHSE +2exam: +୨ ପରୀକ୍ଷା ପାଇଁ ତାରିଖ ଘୋଷଣା; ଫେବୃୟାରୀ୧୮ରୁ ଥିଓରି, ପ୍ରାକ୍ଟିକାଲ ଜାନୁଆରୀ…
- ଛାଡପତ୍ର ପରେ ମହିଳାମାନେ ଫେରି ପାଇବେ ଯୌତୁକ: ସୁପ୍ରିମକୋର୍ଟ
- ଅଭ୍ୟାସ ଆରମ୍ଭ କଲେ ଶୁଭମନ ଗିଲ
- ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ହେବାକୁ ବଲିଉଡ ଅଭିନେତ୍ରୀ ମାଧୁରୀ ନେଇଛନ୍ତି କୋଟିଏ ୬୦ ଲକ୍ଷ..
- କୋହଲି ଖେଳିବେ ବିଜୟ ହଜାରେ ଟ୍ରଫି
- ‘ରାଜ୍ୟରେ ଘଞ୍ଚ ଜଙ୍ଗଲରେ ଲାଗିଥିବା ନିଆଁକୁ ରୋକୁଛି AI’
Comments are closed.