Latest Odisha News

BREAKING NEWS

ରାଜ୍ୟରେ କମୁଛି ଦୈନକ ସଂକ୍ରମଣ; ୨୯୧୨ ଜଣ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ ସଂଖ୍ୟା। ଆଜି ପୁଣି ୩ ହଜାର ତଳକୁ ଖସିଛି ‌ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨୯୧୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।। ସେଥିମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୬୭୫ ଜଣ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ରହିଛି ୧୨୩୭।

ସେହିପରି ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦ ରହିଛି।

ଅନୁଗୋଳ ଜିଲ୍ଲାରୁ ୧୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ୨୨୦, ବରଗଡରୁ ୩୧, ଭଦ୍ରକରୁ ୧୩୬, ବଲାଙ୍ଗିରରୁ ୧୨, ବୌଦ୍ଧରୁ ୧୮, କଟକରୁ ୩୮୨, ଦେବଗଡ଼ରୁ ୪, ଢେଙ୍କାନାଳରୁ ୪୨, ଗଜପତିରୁ ୧୩, ଗଞ୍ଜାମରୁ ୧୮, ଜଗତସିଂହପୁରରୁ ୧୩୧, ଯାଜପୁରରୁ ୨୯୨, ଝାରସୁଗୁଡ଼ାରୁ ୧୪, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୭୧, କେନ୍ଦୁଝରରୁ ୭୦, ଖୋର୍ଦ୍ଧା ୪୦୧, କୋରାପୁଟରୁ ୫୪, ମାଲକାନଗିରିରୁ ୪୯, ମୟୂରଭଞ୍ଜରୁ ୧୭୪, ନବରଙ୍ଗପୁରରୁ ୫୦, ନୟାଗଡ଼ରୁ ୧୪୦, ନୂଆପଡ଼ାରୁ ୮, ପୁରୀରୁ ୧୬୧, ରାୟଗଡ଼ାରୁ ୫୨, ସମ୍ବଲପୁରରୁ ୩୦, ସୋନପୁରରୁ ୧୩ ଓ ସୁନ୍ଦରଗଡ଼ରୁ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ରୁ ୬୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.