Latest Odisha News

BREAKING NEWS

ଜଣକ ଘରୁ ୧୪ ସାପ ଉଦ୍ଧାର

ଭୁବନେଶ୍ୱର:  ଜଣେ ବ୍ୟକ୍ତିଙ୍କ ଘରୁ ୧୪ ସାପ ଉଦ୍ଧାର ହୋଇଛି । ରଘୁନାଥପୁରରେ ରହୁଥିବା କାଳନ୍ଦୀ ଦାସଙ୍କ ଘରେ ଏକ ସାପ ପଶି ଯାଇଥିଲା । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପୂର୍ଣ ଚନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟି ଏକ କାଉଚିଆ ସାପ ଥିଲା, କିନ୍ତୁ ସାପ ଟିକୁ ବ୍ୟାଗ ଭିତରେ ଭର୍ତ୍ତି ଅଣାଯାଇଥିଲା । ତେବେ ଘରେ ପହଞ୍ଚି ବ୍ୟାଗ ଖୋଲି ଦେଖିବା ବେଳକୁ ୧୦ଟି ଛୁଆ । ସେମାନଙ୍କୁ ଏକ ପ୍ଲାଷ୍ଟିକ ବାଲଟି ଭିତରେ ରଖିଦେଲେ ପୂର୍ଣ୍ଣ ଏବଂ ଆହୁରି ୩ଟି ଛୁଆ ଜନ୍ମ କରିଥିଲା ମା’ କାଉଚିଆ ସାପ । ଏହିପରି ମୋଟ ୧୩ ଛୁଆ ଜନ୍ମ କରିଥିଲା କାଉଚିଆ ସାପ ।

ଏହି ସାପଟି ଏକ ସାଧାରଣ ସାପ ବୋଲି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି । ଏମାନେ ଉଭୟ ମଧୁର ଜଳ ଏବଂ ଖାରି ଜଳରେ ବସବାସ କରିଥାନ୍ତି । ଓଡ଼ିଶାରେ ପ୍ରାୟ ସବୁ ଅଞ୍ଚଳରେ ଏଇ ସାପ ପାଣି ଅଞ୍ଚଳରେ ରେ ଦେଖା ଯାଆନ୍ତି” । ନାଗ ବା ଧଣ୍ଡ ସାପ ଆଦି ଅଣ୍ଡା ଦେଲା ପରେ କିଛି ଦିନ ପରେ ଅଣ୍ଡା ଫୁଟି ଛୁଆ ସାପ ମାନେ ବାହାରକୁ ବାହାରି ଥାନ୍ତି । ହେଲେ ଏଇ କାଉଚିଆ ସାପଙ୍କ କ୍ଷେତ୍ରରେ ଭିନ୍ନ ଧରଣର ପ୍ରଜନନ ଦେଖା ଦେଇଥାଏ । ଏମାନେ ଥରରେ ୪ରୁ ୧୮ ଯାଏଁ ଛୁଆ ଜନ୍ମ କରିଥାଆନ୍ତି ।

ଆଜି ଉଦ୍ଧାର ହୋଇଥିବା ମାଆ ଏବଂ ଛୁଆଙ୍କୁ ଏକାଠି ଏକ ଜଳାଶୟ ରେ ଛାଡି ଦିଆଯାଇଛି ।।

 

Comments are closed.