ଶାହରନପୁର( ଉତ୍ତରପ୍ରଦେଶ): ବିଭିନ୍ନ ପ୍ରଜାତିର ଆମ୍ବ ଖାଇଥିବେ। ବର୍ଷକୁ ଏକାଧିକ ଥର ଫଳୁଥିବା ଆମ୍ବଗଛ ବି ଅଛି। ହେଲେ ଗୋଟିଏ ଗଛରେ ଏକାଧିକ ପ୍ରକାର ଆମ୍ବ ଫଳିବା ନିଶ୍ଚିତ ଭାବେ ଅଧିକାଂଶଙ୍କ ପାଇଁ ନୂଆକଥା। ଉତ୍ତରପ୍ରଦେଶର ଶାହରନପୁରର କମ୍ପାନିବାଗ ଅଞ୍ଚଳର ଏହି ଆମ୍ବଗଛ ଏବେ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ଏମିତି ବି ଶାହରନପୁର ଆମ୍ବ ପାଇଁ ବେଶ ପ୍ରସିଦ୍ଧ। ଏବେ ୧୨୧ ପ୍ରକାର ଆମ୍ବ ଫଳାଉଥିବା ଏହି ୧୫ ବର୍ଷର ଆମ୍ବଗଛକୁ ଦେଖିବା ପାଇଁ ଅନେକ ଲୋକ ଆସୁଛନ୍ତି। ଶାହରନପୁର ଉଦ୍ୟାନକୃଷି ତାଲିମ କେନ୍ଦ୍ରର ଯୁଗ୍ମ ନିର୍ଦ୍ଦେଶକ ଭାନୁପ୍ରକାଶ ରାମଙ୍କ କହିବା ଅନୁସାରେ କିଛି ବର୍ଷ ତେଳେ ଏହି ଆମ୍ବ ଗଛରେ ଏହି ଗବେଷଣା କରାଯାଇଥିଲା। ତତ୍କାଳୀନ ଯୁଗ୍ମନିର୍ଦ୍ଦେଶକ ଏହି ଗଛରେ ୧୨୧ ପ୍ରକାର ଆମ୍ବର ଡାଳ ଯୋଡ଼ିଥିଲେ। ଏବେ ତାହା ସଫଳ ରୂପ ନେଇଛି। ଭିନ୍ନ ଭିନ୍ନ ଡାଳରେ ଭିନ୍ନ ଭିନ୍ନ ପ୍ରକାର ଆମ୍ବ ଫଳୁଛି। ଅନ୍ୟ ଚାଷୀମନେ ମଧ୍ୟ ଏହି କୌଶଳ ଗ୍ରହଣ କରିପାରିବେ ବୋଲି ଭାନୁପ୍ରକାଶ କହିଛନ୍ତି।
BREAKING NEWS
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ
- ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ନିର୍ବାଚନକୁ ନେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୯ ଅଟକ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି

Comments are closed.