ସୋନପୁର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ମାରଣ ନୀତିକୁ ବିରୋଧ କରି ସୁବର୍ଣ୍ଣପୁର ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ୫ ଦଫା ଦାବିରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟର ସମସ୍ତ ପଞ୍ଜିକୃତ ଚାଷୀଙ୍କ ପାଖରୁ ଧାନ କ୍ରୟ, ରବି ଧାନ କିଣାର ସମୟସୀମାକୁ ଜୁଲାଇ ୧୫ ଯାଏ ବୃଦ୍ଧି ଦାବି କରିଛି କଂଗ୍ରେସ ।

ଏଥିସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କୁ ଧାନ କୁଇଣ୍ଟାଲ ପ୍ରତି ଦାମ୍ ୨୯ଶହ ୩୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି ହୋଇଛି । ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଆହ୍ୱାନରେ ବିକ୍ଷୋଭ ପ୍ରଦର୍ଶନରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ସମେତ ଦଳର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ ।
BREAKING NEWS
- ଭିଜୁଛି ଓଡ଼ିଶା, ଏସବୁ ଜିଲ୍ଲାକୁ ଆଲର୍ଟ ଜାରି
- Cockroach Fear: ଭାରତର ‘କକ୍ରୋଚ’ଙ୍କୁ କାହିଁକି ଡରିଲେ ପାକିସ୍ତାନ ସରକାର? ମନ୍ତ୍ରୀଙ୍କ ମନରେ ଛନକା…
- PM Modi: “ଦାନ୍ତ ତଳକୁ ଚାଲିଆସେ ଜିଭ, ଆମେ ଦାନ୍ତ ଭାଙ୍ଗୁନା…”, ଇଣ୍ଟରନେଟରେ ଛାଇଲା ପିଏମ୍ ମୋଦିଙ୍କ ଆଉ ଏକ ଭିଡିଓ, ଏଥର ଦେଲେ କିଛି ଏମିତି ବାର୍ତ୍ତା…
- କୁଲଗାମରେ ଆତଙ୍କବାଦୀ ହମ୍ଲା; ୨ ଶ୍ରମିକ ମୃତ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
- ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହତ୍ୟା
- Baby Girl Born: ୫୨ ବର୍ଷ ପରେ ଘରେ ପଡିଲା ଲକ୍ଷ୍ମୀଙ୍କ ପାଦ! କୁନି ମୁହଁକୁ ଦେଖି ଭାବବିହ୍ୱଳ ହୋଇପଡିଲେ ପୂରା ପରିବାର
- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜିଠୁ ଖୋଲିଲା ଭିତରକନିକା
- ବାଲିଯାତ୍ରା ପଡିଆ ଓ ଗଡ଼ଗଡିଆ ଘାଟରେ କାଉଡିଆଙ୍କୁ କଟକଣା, ପାଣି ଉଠା ଉପରେ ଲାଗିଲା ରୋକ୍
- ଗାଡି ଚଳାଇବା ବେଳେ ସାବଧାନ! ରାସ୍ତାରେ ଅଛି AI, ନିୟମ ଉଲ୍ଲଙ୍ଘନ କଲେ ଘରକୁ ପହଞ୍ଚିବ ଇ-ଚାଲାଣ
- ‘ଅପରେସନ ସିନ୍ଦୁର’ କଥା ପୁଣି ଦୋହରାଇଲେ ଟ୍ରମ୍ପ: କହିଲେ- ଟାରିଫ୍ ଧମକ ଦେବାରୁ ଟଳିଲା ଭାରତ-ପାକିସ୍ତାନର ପରମାଣୁ ଯୁଦ୍ଧ
Comments are closed.