Latest Odisha News

ଟିକା ସଙ୍କଟ, କାଲି ୧୭ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ଟିକା ଦେଉନି କେନ୍ଦ୍ର । ରାଜ୍ୟରେ ମହଜୁଦ ନାହିଁ ଆବଶ୍ୟକ ପରିମାଣର ଟିକା । ଟିକା ନଥିବାରୁ ଆସନ୍ତାକାଲି ରାଜ୍ୟର ୧୭ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଟିକାକରଣ ବନ୍ଦ ହେବାକୁ ଥିବା ଜିଲ୍ଲା ଗୁଡିକ ହେଲା – ଅନୁଗୁଳ, ବଲାଙ୍ଗୀର, ବାଲେଶ୍ବର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ରାୟଗଡ଼ା ଓ ସୋନପୁର ।

ଜୁଲାଇ ପହିଲା ସୁଦ୍ଧା ରାଜ୍ୟ ପାଖରେ କୋଭିସିଲ୍ଡର ୧ ଲକ୍ଷ ୧୪ ହଜାର ୬୬୦ ଡୋଜ ରହିଥିବା ବେଳେ ୪ ଲକ୍ଷ ୪୨ ହଜାର ୧୩୦ ଡୋଜ କୋଭାକ୍ସିନ ରହିଛି । ତେବେ ଟିକା ଦାୟିତ୍ବ କେନ୍ଦ୍ର ସରକାରଙ୍କ ହୋଇଥିବାରୁ, କେନ୍ଦ୍ର ଯେତେ ଟିକା ଦେବ ସେତିକି ପରିମାଣରେ ରାଜ୍ୟ ବ୍ୟବହାର କରିବ । ସୂଚନା ଅନୁସାରେ, ଜୁନ ମାସର କୋଟା ଅନୁସାରେ ୪ ଲକ୍ଷ ୩୧ ହଜାର ୧୩୦ ଡୋଜ କୋଭାକ୍ସିନ ଟିକା ଆସିବା କଥା । କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ଆସିଛି ୩ ଲକ୍ଷ ୪୦ ହଜାର ୮୫୦ ଡୋଜ । ଏଭଳି ସ୍ଥିତିରେ ଯଦି ଆବଶ୍ୟକ ପରିମାଣର ଟିକା ରାଜ୍ୟକୁ ନମିଳେ, ତେବେ ଟିକାକରଣରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ପୂରଣ ହେବାରେ ସମସ୍ୟା ଉପୁଜିବ ।

 

 

Comments are closed.