Latest Odisha News

ବୈଜୟନ୍ତ ମିଶୁଛନ୍ତି ବିଜେପିରେ! ସମୀର-ବୈଜୟନ୍ତ ଭେଟଘାଟ୍ ରେ ରାଜନୀତି ସରଗରମ !

କଟକ/ଭୁବନେଶ୍ୱର : ବୈଜୟନ୍ତ ପଣ୍ଡା କିଛିଦିନ ପୂର୍ବରୁ ଲୋକସଭାରୁ ଇସ୍ତଫା ଦେଇଛନ୍ତି । ଏପରିକି ନିଲମ୍ବନ ହେବା ପରେ ସେ ମଧ୍ୟ ବିଜେଡ଼ିରୁ ଇସ୍ତଫା ଦେଇଥିବା କଥା ଅଛପା ନୁହେଁ । ତେବେ ଆଗକୁ ଆଉ କିଛି ମାସ ପରେ ନିର୍ବାଚନରେ ସେ କେଉଁ ଦଳକୁ ପ୍ରତିନିଧିତ୍ୱ କରିବେ ଏବଂ କେବେଠାରୁ ସେହି ଦଳରେ ସାମିଲ ହେବେ ସେନେଇ ଗତ କିଛିଦିନ ହେଲା ଆଲୋଚନା ଜାରି ରହିଥିଲା । ତେବେ ଏହି କଳ୍ପନା ଜଳ୍ପନାର ଖୁବ୍ ଶିଘ୍ର ଅବସାନ ଘଟିବାର ସମ୍ଭାବନା ଦେଖାଯାଉଛି । ଏବେ ବୈଜୟନ୍ତ ବିଜେପି ନେତୃବର୍ଗଙ୍କ ସହିତ ଖୋଲାଖୋଲି ମିଶିବା ଆରମ୍ଭ କରିଦେଲେଣି । ତେବେ କଟକରେ ବରିଷ୍ଠ ବିଜେପି ନେତା ସମୀର ଦେଙ୍କ ଘରେ ବୈଜୟନ୍ତଙ୍କ ନିଭୃତ ଆଲୋଚନା ବିଜେପିରେ ମିଶିବା ଏକପ୍ରକାର ଥୟ ବୋଲି ରାଜନୈତିକ ବିଶାରଦଙ୍କ ଅନୁମାନ ।

ତେବେ ବୈଜୟନ୍ତ ପଣ୍ଡାଙ୍କ ବିଜେପିରେ ଯୋଗଦାନ ନେଇ ଏବେ ଧିରେ ଧିରେ କଥା ସ୍ପଷ୍ଟ ହେଉଛି । ତେବେ ବିଧିବଦ୍ଧ ଯୋଗଦାନ ପୂର୍ବରୁ କଟକରେ ସମୀର ଦେଙ୍କ ଘରେ ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । କଟକ ଲୋକସଭା ଆସନରୁ ବିଜେପି ଟିକଟରେ ଲଢିବା ସମ୍ଭାବନା ରହିଥିବା କଥା ଏହି ବୈଠକରୁ ହିଁ ଆଲୋଚିତ ହେଲାଣି । ଏବେ କେବଳ ଶାହାଙ୍କ ଆଗମନକୁ ଅପେକ୍ଷା ।

ରାଜନୀତି ବିଶାରଦମାନଙ୍କ ମତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଜୁଲାଇ ୧ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ସମୟରେ ଏକ ସମାବେଶରେ ଆନୁଷ୍ଠାନିକ ଭାବେ ବୈଜୟନ୍ତ ବିଜେପି ମଞ୍ଚରେ ଯୋଗଦାନ କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନି ।

ତେବେ କଟକସ୍ଥିତ ସମୀର ଦେଙ୍କ ଘରେ ବୈଜୟନ୍ତ ସମୀରଙ୍କ ସହିତ ଏକ କୋଠରୀରେ ପ୍ରାୟ ୧୫ ମିନିଟ ଧରି ନିଭୃତ ଆଲୋଚନା କରିଥିଲେ । ଏହାପରେ ସେଠାରେ ବିଜେପି ଉପସ୍ଥିତ ରହିଥିବା ବିଜେପି କର୍ମକର୍ତ୍ତା ତଥା କିଛି ବରିଷ୍ଠ ନେତା ବୈଜୟନ୍ତଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଦିତ କରିବା ଦେଖାଯାଇଥିଲା । ଏସବୁକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜନୈତିକ ପାଣିପାଗରେ ଅନେକ କିଛି ପରିବର୍ତ୍ତନର ସ୍ପଷ୍ଟ ସୂଚନା ମିଳିପାରୁଛି । ତେବେ କେଉଁଦିନ ବୈଜୟନ୍ତ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରୁଛନ୍ତି ତାହା କେବଳ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.