ଭୁବନେଶ୍ବର : ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିଲା ଭୁବନେଶ୍ବର ଭିଏସଏସ ନଗର ମାର୍କେଟ । କୋଭିଡ୍ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ ବା ବିଏମ୍ସି । ମାର୍କେଟରେ ସାମାଜିକ ଦୂରତା ରକ୍ଷା କରିବାରେ ବ୍ୟବସାୟୀ ଓ ଗ୍ରାହକ ବିଫଳ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଭିଏସ୍ଏସ୍ ନଗର ମାର୍କେଟ ବନ୍ଦ ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
ସରକାର କଟକଣାକୁ କୋହଳ କରି ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦେଇଥିଲେ । ଦୋକାନ ତ ଖୋଲିଲା ହେଲେ ସରକାର ଜାରି କରିଥିବା କୋଭିଡ କଟକଣାକୁ ମାନିନଥିଲେ ଉଭୟ ଗ୍ରାହକ ଓ ଦୋକାନୀ । ଦୋକାନରେ ସାମାଜିକ ଦୂରତା ରକ୍ଷା କରିବାକୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦେଇଥିଲେ ସରକାର । ହେଲେ ଏହି ନିର୍ଦ୍ଦେଶକୁ ନମାନି ନିୟମର ଖୋଲାଖୋଲି ଉଲ୍ଲଂଘନ କରିଥିଲେ ଉଭୟ ଗ୍ରାହକ ଓ ଦୋକାନୀ । ଯେଉଁଥିପାଇଁ ଆଜି ବିଏମ୍ସି ସ୍କ୍ବାଡ ଚଢ଼ଉ କରି ମାର୍କେଟକୁ ସିଲ୍ କରିଛି । ସଂକ୍ରମଣକୁ ଏଡାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।
Comments are closed.