Latest Odisha News

BREAKING NEWS

ଆସନ୍ତାକାଲିଠୁ ୪୩ଟି ରୁଟରେ ଗଡ଼ିବ OSRTC ବସ୍

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସିଛି ମହାମାରୀ । ସଂକ୍ରମଣ କମୁଥିବାରୁ ସରକାର କଟକଣାରେ କିଛିଟା କୋହଳ କରିଛନ୍ତି । ଏହି କ୍ରମରେ ଆସନ୍ତାକାଲିଠୁ ୪୩ଟି ରୁଟରେ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ସଡ଼କ ଓ ପରିବହନ ନିଗମ । OSRTC ବସରେ ଯାତ୍ରା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଏହି ବସ୍ ଗୁଡିକ ରାଷ୍ଟ୍ରାୟତ୍ତ ନିଗମର ୧୬ଟି ଡିପୋରୁ ଯାତାୟାତ କରିବ । କାଟେଗୋରୀ-A ଜିଲ୍ଲାରେ ଆନ୍ତ ଜିଲ୍ଲା ଓ ଆନ୍ତଃଜିଲ୍ଲା ବସ୍ ଦ୍ବାରା ସାଧାରଣ ପରିବହନ କେବଳ ବସିବା କ୍ଷମତା ସହିତ କାର୍ଯ୍ୟକ୍ଷମ ହେବ । କୌଣସି ଯାତ୍ରୀଙ୍କୁ ଛିଡା ହୋଇ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । ବସକୁ ସାନିଟାଇଜ୍ କରାଯିବ । ସେହିପରି ସାମାଜିକ ଦୂରତା ବଜାୟ ରଖିବା ସହ ବସରେ ଭିଡ ନକରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସଡ଼କ ଓ ପରିବହନ ନିଗର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଦୀପ୍ତେଶ ପଟ୍ଟନାୟକ ।

Leave A Reply

Your email address will not be published.