Latest Odisha News

BREAKING NEWS

ପୁଣି ଆକ୍ରମଣ, ରୋଗୀ ସଂପର୍କୀୟଙ୍କ ମାଡରେ ଡାକ୍ତର ଲହୁ ଲୁହାଣ

ଟାଙ୍ଗୀ : ପୁଣି ଡାକ୍ତରଙ୍କୁ ଆକ୍ରମଣ । ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ମାଡ ମାରିଲେ ରୋଗୀଙ୍କ ସଂପର୍କୀୟ । ଆଉ ମାଡ଼ରେମାଡ ଡାକ୍ତର ଲହୁ ଲୁହାଣ । ୬ ଜଣ ଦୁର୍ବୃତ୍ତ ଆଉଟ୍ ଡୋର୍ରେ ପଶି ଆକ୍ରମଣ କରିଛନ୍ତି । ଆଜି ଅପରାହ୍ନରେ ନୟାଗଡ ଜିଲା ଚାନ୍ଦପୁର ଶାସ୍ତ୍ରୀ ନଗରର ଜଣେ ମହିଳା ଚିକିସ୍ଚା ପାଇଁ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତି ହୋଇଥିଲେ । ଏହି ସମୟରେ ଜଣେ ଶିଶୁ ଗୁରୁତର ଅବସ୍ଥାରେ ମେଡିକାଲକୁ ଆସିଥିଲେ । .

ତେବେ ଶିଶୁର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ସେହି ଶିଶୁର ଚିକିସ୍ଚା କରିଥିଲେ । ଏଥିରେ ମହିଳା ରୋଗୀଙ୍କ ସଂପର୍କୀୟ ଉତ୍ୟକ୍ତ ହୋଇ ଚିକିସ୍ଚା କରୁଥିବା ଡାକ୍ତରଙ୍କୁ ମାଡ ମାରିଥିଲେ । .ଦୂର୍ବୁର୍ତଙ୍କ ଆକ୍ରମଣରେ ଡାକ୍ତରଙ୍କ ଆଖି ,ବେକ ଓ ମୁହଁରେ ଆଘାତ ଲାଗିଛି. । ଡାକ୍ତରଙ୍କୁ ଜୀବନରେ ମାରି ଦେବା ପାଇଁ ଦୂର୍ବୁର୍ତ ମାନେ ଆକ୍ରମଣ କରିଥିବା ବେଳେ ସେଠାରେ ଉପସ୍ଥିତ ଥିବା ମେଡିକାଲର ସୁରକ୍ଷା କର୍ମୀ ଡ‍ାକ୍ତରଙ୍କୁ ଵଂଚାଇବାକୁ ଯାଇ ଆକ୍ରମଣର ଶୀକ‍ାର ହୋଇଛନ୍ତି ।

ଏବେ ମେଡିକାଲରେ ରୋଗୀ ସେବା ବନ୍ଦ ରହିଛି । .ଡାକ୍ତର ମାନେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି । ପୋଲିସ୍ ୨ ଜଣ ଆକ୍ରମଣ କାରୀଙ୍କୁ ଅଟକ ରଖି ତନାଘନା ଚଳାଇଛି  ।

Comments are closed.