Latest Odisha News

BREAKING NEWS

ଉତ୍କଳମଣିଙ୍କ ୯୩ତମ ଶ୍ରାଦ୍ଧ ଦିବସରେ ଆଲୋଚନା ଚକ୍ର

ଭୁବନେଶ୍ୱର : ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡିଶାଙ୍କ ମିଳିତ ଆନୁକୁଲ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୩ତମ ଶ୍ରାଦ୍ଧ ଦିବସ ଅବସରରେ ଅନଲାଇନ ମାଧ୍ୟମରେ ଏକ ଆଭାସି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ସଭାପତି ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ସଭାରେ ପ୍ରଫେସର ବସନ୍ତ କୁମାର ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ । ଶ୍ରୀ ପଣ୍ଡା ତାଙ୍କ ବକ୍ତବ୍ୟରେ ଉତ୍କଳମଣିଙ୍କୁ ଭାରତର ଶ୍ରେଷ୍ଠ ଶିକ୍ଷା ଚିନ୍ତାନାୟକ ବୋଲି ଅଭିହିତ କରିଥିଲେ ।  ଯଦି ଜଣେ ଶିଶୁକୁ ତାର ନିଜ ମାତୃଭାଷାରେ ଶିକ୍ଷା ଦିଆ ଯାଇ ନପାରିଲା , ତେବେ ତାହା ଶିଶୁ ହତ୍ୟା ସହିତ ସମାନ ବୋଲି ଗୋପବନ୍ଧୁ ଦାସ କହୁଥିଲେ ବୋଲି ମତ ରଖିବା ସହ , ଆଜି ପର୍ଯ୍ୟନ୍ତ ଉତ୍କଳମଣିଙ୍କର ଯଥାଯଥ ପରିଚୟ ସୃଷ୍ଟି ନ ହୋଇ ପାରିବା ଓଡ଼ିଆ ଜାତି ପାଇଁ ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରୀ ପଣ୍ଡା କହିଥିଲେ ।

ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶାର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର ଶ୍ରୀ ପଣ୍ଡାଙ୍କୁ ଗୋପବନ୍ଧୁଙ୍କ ଉପରେ କରୁଥିବା ଗବେଷଣାକୁ ଜାରି ରଖିବା ପାଇଁ ଅନୁରୋଧ କରିବା ସହ ଭବିଷ୍ୟତରେ ଏ ଦିଗରେ ଅଧିକ କାର୍ଯ୍ୟ କରିବା ପାଇଁ ଉତ୍କଳ ସମ୍ମିଳନୀ ପରିଷଦ ନିଶ୍ଚିତ ସହଯୋଗ କରିବ ବୋଲି ପ୍ରତିଶୃତି ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ଦିଗରେ ପରିଷଦର ସଙ୍ଗଠନ ସମ୍ପାଦକ ନାରାୟଣ ନାୟକ, କୋଷାଧ୍ଯକ୍ଷ ପ୍ରଦୀପ୍ତ ଦାଶ, ଓଁ ପ୍ରକାଶ ବିଶ୍ୱାଳ, ପ୍ରଫେସର ରଘୁନାଥ ପଣ୍ଡା, ଲିଲି କୁମାରୀ ପାଢୀ, ସତ୍ୟଜିତ ନାୟକ, ଜିତେନ୍ଦ୍ର କୁମାର ପାଢୀ ପ୍ରଭୃତିଙ୍କ ସମେତ ସମସ୍ତ ଅଂଶଗ୍ରହଣକାରୀ ବକ୍ତା, ଶ୍ରୋତା ପ୍ରମୁଖଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ଯକ୍ରମରେ ରାଜ୍ଯ ଓ ରାଜ୍ଯ ବାହାରର ବହୁ ବ୍ଯକ୍ତିବିଶେଷ ଯୋଗ ଦେଇଥିଲେ।

Leave A Reply

Your email address will not be published.