Latest Odisha News

BREAKING NEWS

ନୀଳାମ୍ବୁ ଚିଲିକାରେ ପ୍ରତିଷ୍ଠା ହେବ ବିମାନ ବନ୍ଦର !

ଭୁବନେଶ୍ୱର : ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ଖୁବ ଶିଘ୍ର ଉଡ଼ିବାକୁ ଯାଉଛି ବିମାନ । ପର୍ଯ୍ୟଟକ ଏବେ ବିପଦଶଙ୍କୁଳ ଦେଶୀ ଡ଼ଙ୍ଗାରେ ଚିଲିକା ପରିଭ୍ରମଣ କରିବେନି ବରଂ ଚିଲିକାର ନୈସର୍ଗିକ ଦୃଶ୍ୟାବଳୀକୁ ବିମାନରେ ପରିଭ୍ରମଣ କରିବେ । ହଁ…ଏହା ସତ୍ୟ…କାନକୁ ବିଶ୍ୱାସ ହେଉନଥିଲେ ବି ସତ କଥା । ଚିଲିକାରେ ନିର୍ମାଣ ହେବ ବିମାନ ବନ୍ଦର । ଅବଶ୍ୟ ଏହି କ୍ଷୁଦ୍ର ବିମାନଗୁଡ଼ିକ ଜଳରେ ଭାସିବା ସହିତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ି ଯାତାୟାତ କରିପାରିବ ।

ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କ କହିବାନୁଯାୟୀ ଭାରତୀୟ ବିମାନ ବନ୍ଦରର ବରିଷ୍ଠ ଅଧିକାରୀ, ଏଏଆଇ ଆର୍କିଟେକ୍ଟ ସଙ୍ଗୀତା ମହାୟ, ଏଏଆଇର ବରିଷ୍ଠ ଅଧିକାରୀ ବୃନ୍ଦ, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବରିଷ୍ଠ କର୍ମକର୍ତ୍ତା, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡ଼ିଏ) ଏବଂ ରାଜ୍ୟ ଜଳ ଉତ୍ସ ବିଭାଗର ବହୁ ବରିଷ୍ଠ ଅଧିକାରୀମାନେ ଏକ ଦୁଇ ଦିନିଆ ସର୍ଭେ କାର୍ଯ୍ୟ କରି ଫେରିଯାଇଛନ୍ତି । ଚିଲିକାରେ ବିମାନ ବନ୍ଦର ପ୍ରତିଷ୍ଠା ହେଲେ ଅଧିକାଂଶ ଦେଶୀୟ ତଥା ବିଦେଶୀ ପର୍ଯ୍ୟଟକମାନେ ଉପକୃତ ହେବେ ।

ତେବେ ଏହି ଗୁରୁତ୍ୱପୂର୍ଣ୍ଣ ସର୍ଭେ କାର୍ଯ୍ୟ ପ୍ରାଥମିକ ଭାବେ ସାତପଡ଼ା ଓ ବାଲୁଗାଁର କିଛି ଚିହ୍ନିତ ଅଞ୍ଚଳରେ ହୋଇସାରିଛି । ଏହି ସର୍ଭେ ଟିମ ଚିଲିକାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିମାନ ଅବତରଣର ସ୍ଥାନ ଏବଂ ବିମାନ କିପରି ସ୍ଥାନରେ ନିର୍ମାଣ କରାଗଲେ ଯାତ୍ରୀମାନେ ଅଧିକ ସୁବିଧା ହାସଲ କରିପାରିବେ ଏନେଇ ପ୍ରାଥମିକ ସର୍ଭେ କାର୍ଯ୍ୟ ସମାପ୍ତ ହୋଇଛି ବୋଲି କହିଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ନିର୍ଦ୍ଦେଶକ ।

ଏହି ଏରୋଡ୍ରମର ରନୱେ ୫୦୦ ଫୁଟ ଦୀର୍ଘ ହେବାର ଯୋଜନା ରହିଥିବା ବେଳେ ଏହି ପ୍ରକଳ୍ପରେ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହେବାର ଅନୁମାନ କରାଯାଇଛି । ବିମାନ ବନ୍ଦରଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇ ଏରୋଡ୍ରମ କାର୍ଯ୍ୟକ୍ଷମ ହେଲେ ଦେଶୀୟ ତଥା ବିଦେଶୀ ପର୍ଯ୍ୟଟକମାନେ ବେଶ୍ ଉପକୃତ ହୋଇପାରନ୍ତେ । ରାଜ୍ୟର ପର୍ଯ୍ୟଟନ ଶିଳ୍ପ ମଧ୍ୟ ପ୍ରଭାବିତ ହୋଇପାରନ୍ତା ।

Tropical island at Maldives – aerial view

ଏଠାରେ ମଧ୍ୟ ବିମାନ ବନ୍ଦର ଯାତ୍ରୀସେବା କାର୍ଯ୍ୟକାରୀ ହେବା ସହିତ ପର୍ଯ୍ୟଟନର ବିକାଶ ହେବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ଯୋଜନାଟି କେନ୍ଦ୍ର ସରକାରଙ୍କ ଉଡ଼ାନ (ଉଡ଼େ ଦେଶ୍ କା ଆମ୍ ନାଗରିକ୍) ଯୋଜନା ଅନ୍ତର୍ଗତ ।

ଦେଶରେ ୧୬ଟି ପାଣି ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ବିମାନବନ୍ଦର ଗୁଡ଼ିକରେ ସ୍ପାଇସ ଜେଟ ତା’ର ୧୦୦ଟି କ୍ଷୁଦ୍ର ବିମାନ ଗୁଡ଼ିକୁ ଯାତ୍ରୀ ପରିବହନରେ ଅନ୍ତଭୃକ୍ତ କରିବାର ଯୋଜନା ରହିଛି ।

Leave A Reply

Your email address will not be published.