Latest Odisha News

ଅନୁଗୁଳରେ ନାବାଳକଙ୍କ ଆତ୍ମହତ୍ୟା ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ଜେଏସପିଏଲ୍ ପ୍ଲାଣ୍ଟ ପରିସର କଲୋନୀରେ ସୋମବାର ଦିନ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନାନୁଯାୟୀ ଏସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ନାବାଳକକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ଜେଏସପିଏଲ୍ ହସପିଟାଲରେ ଭର୍ତ୍ତି କରାଇଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏଯାବତ୍ ନାବାଳକ ଜଣଙ୍କର ପରିଚୟ ମିଳିପାରିନଥିବା ବେଳେ ସେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Comments are closed.