Latest Odisha News

BREAKING NEWS

ପାକିସ୍ତାନରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ, କ୍ୟାପ୍ଟେନଙ୍କ ସମେତ ୧୧ ଯବାନ ନିହତ

ଇସଲାମବାଦ: ପାକିସ୍ତାନର ଖାୟବର ପାଖତୁନଖ୍ୱାରେରେ ଆଜି ଆତଙ୍କବାଦୀମାନେ ବଡ ଧରଣର ଆକ୍ରମଣ କରିଛନ୍ତି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏହି ଆକ୍ରମଣରେ ଜଣେ କ୍ୟାପ୍ଟେନଙ୍କ ସମେତ ୧୧ ଯବାନ ନିହତ ହୋଇଛନ୍ତି । ଆହତଙ୍କ ସଂଖ୍ୟା ହସ୍ତଗତ ହୋଇ ନାହିଁ । ଟେଲିକମ କର୍ମଚାରୀ ଏବଂ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତଙ୍କବାଦୀ ଗୁଳିମାଡ କରିଥିଲେ । ଆର୍ମି ଉପରୋକ୍ତ ଅଂଚଳକୁ ସମ୍ପୂର୍ଣ୍ଣ ଭାବେ ଘେରାଉ କରିଛି । କେତେକ ଟେଲିକମ କର୍ମଚାରୀ ଆତଙ୍କବାଦୀଙ୍କ କବଜାରେ ଥିବା ଅନୁମାନ କରଯାଉଛି ।

ଗୁଳିମାଡରେ ପ୍ରାଣ ହରାଇଥିବା କ୍ୟାପ୍ଟେନଙ୍କ ନାମ ହେଲା ଅବଦୁଲ ବସିତ । ଆତଙ୍କବାଦୀମାନେ ପୂର୍ବରୁ କେତେକ ସେନାଙ୍କୁ ପଣବନ୍ଦୀ କରି ରଖିଥିଲେ । ସେମାନଙ୍କୁ ମୁକୁଳାଇବା ପାଇଁ ବସିତଙ୍କ ନେତୃତ୍ୱରେ ଏକ ଟିମ ଯାଇଥିଲା । ଏବେ ବି ଉକ୍ତ ଅଂଚଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି ।

Comments are closed.