Latest Odisha News

BREAKING NEWS

କେନ୍ଦ୍ର ଦେଉନି ଟିକା, କାଲି ୧୧ ଜିଲ୍ଲରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ମହାମାରୀ ଭଳି ମହାସଙ୍କଟ ଭିତରେ ଟିକା ଅଭାବ ପାଲଟିଛି ମୁଖ୍ୟ ସମସ୍ୟା । କେନ୍ଦ୍ର ଟିକା ଦେଉନଥିବାରୁ ରାଜ୍ୟରେ ବାଧାପ୍ରାପ୍ତ ହୋଇଛି ଟିକାକରଣ । କୋଭିଡ ଭଳି ମହାମାରୀର ମୁକାବିଲା ପାଇଁ ଟିକାକରଣକୁ ବ୍ୟାପକ କରାଯାଉଥିବା ବେଳେ, ଟିକାର ଅଭାବୀ ଏବେ ଚିନ୍ତାର କାରଣ ପାଲଟିଛି । ଆବଶ୍ୟକ ପରିମାଣର ଟିକା ନଥିବାରୁ ଆସନ୍ତାକାଲି ରାଜ୍ୟର ୧୧ ସହରରେ ବନ୍ଦ ରହିବ ଭ୍ୟାକ୍ସିନେସନ ।

ଏହି ୧୧ ଜିଲ୍ଲା ହେଲା – ବଲାଙ୍ଗିର, ବାଲେଶ୍ବର, ଦେବଗଡ଼, ଗଜପତି, କଳାହାଣ୍ଡି, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର ଓ ନୂଆପଡ଼ା । ଏବେ ରାଜ୍ୟରେ ୩ ଲକ୍ଷ ୪୬ ହଜାର ୨୧୦ ଡୋଜ କୋଭିସିଲ୍ଡ ଟିକା ଥିବା ବେଳେ, ୨ ଲକ୍ଷ ୮୯ ହଜାର ୪୦୦ କୋଭାକ୍ସିନ ଟିକା ରହିଛି । ଟିକାକରଣ ବାଧାପ୍ରାପ୍ତ ହେଉଥିବାରୁ ରାଜ୍ୟରୁ ଅଧିକ ଟିକା ଦେବା ପାଇଁକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।

Comments are closed.