ନୂଆଦିଲ୍ଲୀ: ମାତ୍ର ୬୭ ପ୍ରତିଶତ ଭାରତୀୟ କରୋନା ବିପକ୍ଷରେ ଆଣ୍ଟିବଡି ବିକଶିତ କରିଛନ୍ତି। ଏବେ ବି ୪୦ କୋଟି ଲୋକ ବିପଦରେ ଅଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଶିଶୁଙ୍କ ସମେତ ଭାରତୀୟ ଜନସଂଖ୍ୟାର ଦୁଇ-ତୃତୀୟାଂଶ କୋଭିଡ-୧୯ ବିରୋଧରେ ଆଣ୍ଟିବଡି ବିକଶିତ କରିଥିବାବେଳେ ପ୍ରାୟ ୪୦ କୋଟି ଲୋକ ଏବେ ବି ସଂକ୍ରମଣରେ ଅସୁରକ୍ଷିତ ଅଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଚତୁର୍ଥ ଜାତୀୟ ସେରୋ ସର୍ଭେରୁ ପ୍ରକାଶ କରିଛି।
ସର୍ବେକ୍ଷଣରୁ ଜଣାପଡିଛି ଯେ ୬ରୁ ୧୭ ବର୍ଷ ବୟସର ୫୦ ପ୍ରତିଶତରୁ ଅଧିକ ପିଲା କରୋନା ସଂସ୍ପର୍ଶରେ ଆସିଛନ୍ତି ଏବଂ ଏହା ବିରୁଦ୍ଧରେ ଆଣ୍ଟିବଡି ବିକଶିତ କରିଛନ୍ତି। ଏବେ ବି ୪୦ କୋଟି ଲୋକ ବିପଦରେ ଅଛନ୍ତି କୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।