ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ଧରି ମହାମାରୀ କରୋନା ମଣିଷ ଜୀବନ ଶୈଳୀକୁ ସମ୍ପୂର୍ଣ୍ଣ ବଦଳେଇଦେଇଛି। ଏହା ଭିତରେ ମଣିଷ ଜୀବନ ସହ ଦୁଇଟି ଗୁରୁତ୍ବପୂର୍ଣ୍ଣ ଜିନିଷ ଆଜୀବନ ଯୋଡି ହୋଇଯାଇଛି। ଗୋଟିଏ ଫେସ୍ ମାସ୍କ ଏବଂ ଅନ୍ୟଟି ହ୍ୟାଣ୍ଡ୍ ସାନିଟାଇଜର। ତେବେ ବ୍ରିଟେନର ଜଣେ ପୋଷାକ ଡିଜାଇନର୍ ପରିତ୍ୟକ୍ତ ଫେସ୍ ମାସ୍କ ବ୍ୟବହାର କରି ଏକ ବିବାହ ଗାଉନ୍ ତିଆରି କରିଛନ୍ତି।
ଏହି ବିବାହ ପୋଷାକରେ ୧୫୦୦ରୁ ଅଧିକ ଧଳା ରଙ୍ଗର ଫେସ୍ ମାସ୍କ ବ୍ୟବହାର କରାଯାଇଛି। ଡିଜାଇନର୍ ଟମ୍ ସିଲଭରଉଡ୍ ଏହି ବିବାହ ଗାଉନ୍ଟିକୁ ତିଆରି କରିଛନ୍ତି।
ମଡେଲ ଜେମିମା ହେମ୍ବ୍ରୋ ଲଣ୍ଡନର ସେଣ୍ଟ ପାଉଲ କ୍ୟାଥେଡ୍ରାଲ ନିକଟରେ ଏହି ସୁନ୍ଦର ଓ ଆକର୍ଷଣୀୟ ଧଳା ବିବାହ ଗାଉନଟି ପିନ୍ଧି ଏକ ଫଟୋସୁଟ କରିଥିଲେ।
ଏହି ପୋଷାକରେ ପରିବେଶରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ପିପିଇର ବର୍ଜ୍ୟବସ୍ତୁ ଉପରେ ମଧ୍ୟ ଆଲୋକପାତ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏହା ଦାବି କରାଯାଇଛି ଯେ ପ୍ରତି ସପ୍ତାହରେ ବ୍ରିଟେନରେ ୧୦୦ ମିଲିୟନ୍ ଡିସପୋଜେବଲ୍ ମାସ୍କ ଫିଙ୍ଗାଯାଏ।
Comments are closed.