Latest Odisha News

BREAKING NEWS

ତୃତୀୟ ତରଙ୍ଗରୁ କେମିତି ପାଇବେ ସୁରକ୍ଷା?; ଜାଣନ୍ତୁ କଣ କହିଲେ ଏମ୍‌ସ ମୁଖ୍ୟ

ନୂଆଦିଲ୍ଲୀ: ଏମ୍‌ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଶୁକ୍ରବାର ଦିନ କହିଛନ୍ତି ଯେ କୋଭିଡ-୧୯ ତୃତୀୟ ତରଙ୍ଗ ବିଳମ୍ବରେ ଆସିପାରେ। ଏହା ଦ୍ବିତୀୟ ତରଙ୍ଗ ପରି କ୍ଷୀପ୍ର ସଂକ୍ରମଣ ହୋଇନପାରେ। ଏହା ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ‌ଲୋକମାନେ ଆଉ କିଛି ଦିନ ବ୍ୟାପକ ସତର୍କତା ଅବଲମ୍ବନ କରିବେ। ଭିଡ଼, ଅତ୍ୟାବଶ୍ୟକ ଯାତ୍ରା ଏବଂ କୋଭିଡ-ଉପଯୁକ୍ତ ଆଚରଣ ବଜାୟ ରଖିଲେ ଏହା ଅଧିକ ମାରାତ୍ମକ ହେବନି ବୋଲି କହିଛନ୍ତି ଏମ୍‌ସ ମୁଖ୍ୟ।

“ଯଦି ଆଗାମୀ କିଛି ମାସ ପାଇଁ, ଆମ ଜନସଂଖ୍ୟାର ଏକ ବୃହତ ଅଂଶ ଟିକାକରଣ ନହେବା ପର୍ଯ୍ୟନ୍ତ ଭିଡ଼, ଅତ୍ୟାବଶ୍ୟକ ଭ୍ରମଣରୁ ଦୂରେଇ ରହିବେ ଏବଂ କୋଭିଡ୍‌ ଉପଯୁକ୍ତ ଆଚରଣ ବଜାୟ ରଖିବେ ତେବେ ଏହାକୁ ନିଶ୍ଚିତ ଭାବେ ଏଡାଇ ହେବ ବୋଲି ଡକ୍ଟର ଗୁଲେରିଆ କହିଛନ୍ତି।

Comments are closed.