Latest Odisha News

BREAKING NEWS

ଆଜି ଓଡ଼ିଶାରୁ ୧୮୬୪ କରୋନା ପଜିଟିଭ୍, ୧୦ ଜିଲ୍ଲାରେ ଦୁଇ ଅଙ୍କରୁ କମ୍ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ଖସୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୮ଶହ ୬୪ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧ହଜାର ୮୨ ଜଣ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରି ୭୮୨ ପଜିଟିଭ୍ ବାହାରିଛନ୍ତି । ଏହି ସମୟରେ ମୋଟ୍ ୭୪ହଜାର ୭୦୭ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୨.୪୯ ପ୍ରତିଶତ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୨୧, ବାଲେଶ୍ୱରରୁ ୧୧୪ ଓ ଯାଜପୁରରୁ ୧୦୭ ସଂକ୍ରମିତ ହୋଇଛନ୍ତି । ବାକି ୨୬ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ଏଥିରୁ ୧୦ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଭିତରେ ଅଛି ।

ରାଜ୍ୟରୁ କରୋନା ଆଉ ୬୮ ଜଣଙ୍କର ଜୀବନ ନେଇଛି । କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୫ହଜାର ୪୪୫କୁ ବୃଦ୍ଧି ପାଇଛି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୬୫ହଜାର ୭୧୫ । ସୁସ୍ଥ ହେଲେଣି ୯ଲକ୍ଷ ୪୧ହଜାର ୨୦୪ । ରାଜ୍ୟରେ ଏବେ ୧୯ହଜାର ୧୩ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.