Latest Odisha News

BREAKING NEWS

ବିଜୟରୁ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଟିମ୍

ଟୋକିଓ: ବିଜୟରୁ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଟିମ୍ । ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଛି । କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ସତର୍କତାର ସହ ଖେଳି ମ୍ୟାଚ୍ ନିଜ ନିୟନ୍ତ୍ରଣରେ ରଖିଥିଲା ଟିମ୍ ଇଣ୍ଡିଆ ।

ପ୍ରଥମ କ୍ୱାର୍ଟର ଗୋଲ୍ ଶୂନ୍ୟ ରହିଥିଲା । ତେବେ ଭାରତ ପକ୍ଷରୁ ପ୍ରଥମ ଗୋଲ୍ ଦେଇଥିଲେ ରୁପିନ୍ଦର ପାଲ ସିଂହ । ଏହାପରେ ଗୋଟିଏ ଗୋଲ୍ ଦେଇ ୧-୧ରେ ମ୍ୟାଚ ବରାବର କରିଥିଲା ନ୍ୟୁଜିଲାଣ୍ଡ । ଦ୍ୱିତୀୟ କ୍ୱାର୍ଟରରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । କେହି କାହାରିକୁ ଗୋଲ୍ ଦେଇ ପାରି ନଥିଲେ । ଏହାପରେ ଭାରତ ପକ୍ଷରୁ ଦ୍ୱିତୀୟ ଓ ତୃତୀୟ ଗୋଲ୍ ଦେଇଥିଲେ ହରମନପ୍ରୀତ ସିଂହ ।

ମ୍ୟାଚର ଶେଷ ୧୫ ମିନିଟ ଖେଳ ବାକି ଥିବା ବେଳେ ଦ୍ୱିତୀୟ ଗୋଲ୍ ଦେଇଥିଲା ନ୍ୟୁଜିଲାଣ୍ଡ । ଶେଷ କ୍ୱାର୍ଟରରେ କଡ଼ା ସଂଘର୍ଷ ଦେଖାଦେଇଥିଲା । ମ୍ୟାଚ୍ ବରାବର କରିବାକୁ ଜୋରଦାର ପ୍ରୟାସ କରିଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ସଫଳ ହୋଇ ନଥିଲା । ମ୍ୟାଚ୍ ଜିତି ବିଜୟରୁ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଦଳ ।

Leave A Reply

Your email address will not be published.