ଟୋକିଓ: ଟୋକିଓ ଅଲିମ୍ପିକ୍ସର ତୀରନ୍ଦାଜ ମିକ୍ସଡ ଇଭେଂଟରେ ଭାରତୀୟ ଯୋଡି ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଚାଇନିଜ ତାଇପେ ଯୋଡିଙ୍କୁ ୫-୩ରେ ପରାସ୍ତ କରିଥିଲେ । ପ୍ରଥମ ସେଟ ୩୫-୩୬ରେ ହାରିବା ପରେ ଦ୍ୱିତୀୟ ସେଟ ୩୮-୩୮ରେ ଡ୍ର ରହିଥିଲା । ତୃତୀୟ ସେଟରେ ଭାରତୀୟ ଯୋଡି ୪୦-୩୫ରେ ଜିତି ମୁକାବିଲାକୁ ୩-୩ ରୋମାଂଚକ ସ୍ଥିତିକୁ ଆଣି ଦେଇଥିଲେ । ଚତୁର୍ଥ ସେଟକୁ ଦୀପିକା-ଯାଦବ ୩୭-୩୬ରେ ଜିତିବା ସହ ପରବର୍ତୀ ରାଉଣ୍ଡରେ ପ୍ରବେଶ କରିଥିଲେ । କ୍ୱାର୍ଟର ଫାଇନାଲରେ ଭାରତୀୟ ଯୋଡି କୋରିଆକୁ ଭେଟିବ ।
ରୋଇଂ: ରୋଇଂରେ ଭାରତୀୟ ଯୋଡି ଅରବିନ୍ଦ ସିଂ ଓ ଅର୍ଜୁନ ଜାଟ ପୁରୁଷ ଡବଲ୍ସ ସ୍କଲ୍ସ ଲାଇଟଟେକ ହିଟରେ ପଂଚମ ସ୍ଥାନ ହାସଲ କରିଛନ୍ତି । ସାମାନ୍ୟ ତ୍ରୁଟି ଯୋଡି ଭାରତୀୟ ଯୋଡି ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲେ । ହିଟ୨ରେ ୬.୪୦.୩୩ ମିନିଟ ସମୟରେ ସେମାନେ ରେସ ସମ୍ପୂର୍ଣ୍ଣ କରିଥିଲେ । ଭାରତୀୟ ଯୋଡି ରେପଚେଜ ରାଉଣ୍ଡରେ ବ୍ରୋଞ୍ଜ ପଦକ ପାଇଁ ମୁକାବିଲାରେ ଅବତୀର୍ଣ୍ଣ ହେବେ ।
ଜୁଡୋରେ ଅଭିଯାନ ଶେଷ: ଜୁଡୋରେ ଭାରତର ପଦକ ଆଶା ଶେଷ ହୋଇଛି । ଏକମାତ୍ର ଜୁଡାକୋ ସୁଶୀଲା ଦେବୀ ରାଉଣ୍ଡ ଅଫ ୩୨ରେ ହଙ୍ଗେରୀର ଇଭା ସେର୍ନିବେଜକିଙ୍କ ନିକଟରୁ ସୁଶୀଲା ପରାଜିତ ହୋଇଥିଲେ ।
BREAKING NEWS
- ୪ ରାଜ୍ୟରେ କରୁଥିଲେ ଅନଲାଇନ ଟ୍ରେଡିଂ ଠକେଇ, ତିନି ଗିରଫ
- ରାଜ୍ୟ ସରକାର ଭୁଲ ତଥ୍ୟ ଦେଇ ବିଶ୍ୱ ବ୍ୟାଙ୍କ ଟିମ୍ ଓ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ବିଜେଡି
- Joranda Mela: ଚଳଚଞ୍ଚଳ ଢେଙ୍କାନାଳ;ଆରମ୍ଭ ହେଉଛି ବିଶ୍ବ ପ୍ରସିନ୍ଧ ଯୋରନ୍ଦା ମେଳା
- Gopalpur Mahotsav: ଗଞ୍ଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟି;୩୨ କୋଟିରେ ଗୋପାଳପୁର…
- ସମସ୍ତ ଚାଷୀଙ୍କ ଧାନ ସରକାର କିଣିବେ, କାହାରି ବି ଟୋକନ ଲାପ୍ସ ଯିବ ନାହିଁ: ମନ୍ତ୍ରୀ
- Odisha Budget 2026-27: ଏହି ଦିନରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ, ୨୦ରେ ବଜେଟ୍ ଉପସ୍ଥାପନ
- Naxalites Surrender: ‘ଲାଲ ଆତଙ୍କ’ଉପରେ ପ୍ରହାର: ୮ଲକ୍ଷ ପୁରସ୍କାର ରାଶି ଥିବା ୪ ମାଓବାଦୀଙ୍କ ଆତ୍ମସମର୍ପଣ
- ଏଣିକି ମହାପ୍ରୟାଣ ପରିବର୍ତ୍ତେ ‘୧୦୯ ନମ୍ବର’ ଗାଡି ବ୍ୟବହାର କରାଯିବ: ସ୍ବାସ୍ଥ୍ୟମନ୍ତ୍ରୀ
- ୧୯ ବର୍ଷରୁ କମ ମହିଳା ଫୁଟବଲ: ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଶାର ଆକାଶୀ
- ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଝାରଖଣ୍ଡ ୩୮ ରନରେ ପଛୁଆ
Comments are closed.