ଟୋକିଓ: ଟୋକିଓ ଅଲିମ୍ପିକ୍ସର ତୀରନ୍ଦାଜ ମିକ୍ସଡ ଇଭେଂଟରେ ଭାରତୀୟ ଯୋଡି ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଚାଇନିଜ ତାଇପେ ଯୋଡିଙ୍କୁ ୫-୩ରେ ପରାସ୍ତ କରିଥିଲେ । ପ୍ରଥମ ସେଟ ୩୫-୩୬ରେ ହାରିବା ପରେ ଦ୍ୱିତୀୟ ସେଟ ୩୮-୩୮ରେ ଡ୍ର ରହିଥିଲା । ତୃତୀୟ ସେଟରେ ଭାରତୀୟ ଯୋଡି ୪୦-୩୫ରେ ଜିତି ମୁକାବିଲାକୁ ୩-୩ ରୋମାଂଚକ ସ୍ଥିତିକୁ ଆଣି ଦେଇଥିଲେ । ଚତୁର୍ଥ ସେଟକୁ ଦୀପିକା-ଯାଦବ ୩୭-୩୬ରେ ଜିତିବା ସହ ପରବର୍ତୀ ରାଉଣ୍ଡରେ ପ୍ରବେଶ କରିଥିଲେ । କ୍ୱାର୍ଟର ଫାଇନାଲରେ ଭାରତୀୟ ଯୋଡି କୋରିଆକୁ ଭେଟିବ ।
ରୋଇଂ: ରୋଇଂରେ ଭାରତୀୟ ଯୋଡି ଅରବିନ୍ଦ ସିଂ ଓ ଅର୍ଜୁନ ଜାଟ ପୁରୁଷ ଡବଲ୍ସ ସ୍କଲ୍ସ ଲାଇଟଟେକ ହିଟରେ ପଂଚମ ସ୍ଥାନ ହାସଲ କରିଛନ୍ତି । ସାମାନ୍ୟ ତ୍ରୁଟି ଯୋଡି ଭାରତୀୟ ଯୋଡି ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲେ । ହିଟ୨ରେ ୬.୪୦.୩୩ ମିନିଟ ସମୟରେ ସେମାନେ ରେସ ସମ୍ପୂର୍ଣ୍ଣ କରିଥିଲେ । ଭାରତୀୟ ଯୋଡି ରେପଚେଜ ରାଉଣ୍ଡରେ ବ୍ରୋଞ୍ଜ ପଦକ ପାଇଁ ମୁକାବିଲାରେ ଅବତୀର୍ଣ୍ଣ ହେବେ ।
ଜୁଡୋରେ ଅଭିଯାନ ଶେଷ: ଜୁଡୋରେ ଭାରତର ପଦକ ଆଶା ଶେଷ ହୋଇଛି । ଏକମାତ୍ର ଜୁଡାକୋ ସୁଶୀଲା ଦେବୀ ରାଉଣ୍ଡ ଅଫ ୩୨ରେ ହଙ୍ଗେରୀର ଇଭା ସେର୍ନିବେଜକିଙ୍କ ନିକଟରୁ ସୁଶୀଲା ପରାଜିତ ହୋଇଥିଲେ ।
BREAKING NEWS
- ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଗିରଫ
- କେମିତି କରବେ E-Fasting …?
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
Comments are closed.