Latest Odisha News

BREAKING NEWS

ଓଡ଼ିଶାର ୩ ଜିଲ୍ଲାରେ ୬୫% ଲୋକଙ୍କ ଶରୀରରେ ଆଣ୍ଟିବଡି

ଭୁବନେଶ୍ୱର: ଓଡ଼ିଶାରେ ୩ଟି ଜିଲ୍ଲାର ଲୋକଙ୍କ ଶରୀରରେ ୬୫ ପ୍ରତିଶତ ଆଣ୍ଟିବଡ଼ି ହୋଇଛି । ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେରୁ ଏହି ତଥ୍ୟ ସାମନାକୁ ଆସିଛି । ଏହି ତିନିଟି ଜିଲ୍ଲା ହେଲା ରାୟଗଡ଼ା, ଗଞ୍ଜାମ ଓ କୋରାପୁଟ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣା ପଡ଼ିଛି ।

ସେହିପରି ରାୟଗଡ଼ା ଜିଲ୍ଲାରେ ୬୩ ପ୍ରତିଶତ ଓ କୋରାପୁଟ ଜିଲ୍ଲାରେ ୬୧.୩ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ହୋଇଛି । ଗତ ଜୁନ୍ ୧୬-୨୦ ତାରିଖ ଭିତରେ ଏହି ତିନିଟି ଜିଲ୍ଲାରେ ସେରୋ ସର୍ଭେ କରାଯାଇଥିଲା । ମୋଟ୍ ୧୨ଶହ ୩୦ ଜଣଙ୍କଠାରୁ ସଂଗ୍ରହ କରାଯାଇଥିଲା ନମୁନା । ୩୧୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ବି ନମୁନା ସଂଗ୍ରହ ହୋଇଥିଲା ।
ଏଥିରୁ ଜଣାପଡ଼ିଛି ମୋଟ୍ ୬୫.୧୨ ପ୍ରତିଶତ ଲୋକଙ୍କ ପାଖରେ ଆଣ୍ଟିବଡି ହୋଇଛି । ସେହିପରି ୮୫.୫୪ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କ ଶରୀରରେ ସୃଷ୍ଟି ହୋଇଛି ଆଣ୍ଟିବଡି । ୬ ବର୍ଷରୁ ୬୦ ବର୍ଷ ଲୋକଙ୍କ ନମୁନା ସଂଗ୍ରହ କରାଯାଇଥିଲା ।

Leave A Reply

Your email address will not be published.