ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ୟେଦୁରପ୍ପା ଇସ୍ତଫା ଦେବାର ଦିନକ ପରେ ବିଜେପି ହାଇକମାଣ୍ଡ ଏହାର ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜି କିଶାନ ରେଡ୍ଡୀଙ୍କ ସହ କର୍ଣ୍ଣାଟକ ଦାୟିତ୍ୱରେ ଥିବା ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂଙ୍କୁ ମଙ୍ଗଳବାର ଦିନ ବେଙ୍ଗାଲୁରୁକୁ ପଠାଇବ। ଅପରାହ୍ନ ୫ ଟାରେ ବିଧାୟକଙ୍କ ବୈଠକ ପରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରେ ଆଶା କରାଯାଉଛି।
ବର୍ତ୍ତମାନ କର୍ଣ୍ଣାଟକ ସରକାରରେ କୌଣସି ମନ୍ତ୍ରୀ ପରିଷଦ ନ ଥିବାରୁ ବିଜେପି ମୁଖ୍ୟମନ୍ତ୍ରୀ ପଦ ପାଇଁ ନୂଆ ଚେହେରା ଚାହୁଁଛି ବୋଲି ସୂତ୍ରରୁ ପ୍ରକାଶ।
Comments are closed.