Latest Odisha News

BREAKING NEWS

ଦଶମ ଅଫଲାଇନ୍ ପରୀକ୍ଷା ଫର୍ମପୂରଣ ହୋଇ ନପାରିବାରୁ ମା’ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲରେ ଅଭାବନୀୟ ଘଟଣା । ଦଶମ ଅଫଲାଇନ୍ ପରୀକ୍ଷା ଫର୍ମପୂରଣ ନହୋଇ ପାରିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମା’ ପୁଅ । ଏଭଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ୟୁନିଟ ୯ ଅଞ୍ଚଳର ଛାତ୍ର ଇମ୍ରାନ୍ ଖାନ୍ ଏବଂ ତାଙ୍କ ମା’ । ଦାନାଦାର ଧରି ସ୍କୁଲ ସମ୍ମୁଖରେ ଧାରଣା ଦେବା ସହ ଶିକ୍ଷକଙ୍କ ନାଁରେ ଆଣିଛନ୍ତି ଅଭିଯୋଗ । ଶିକ୍ଷକ ଜାଣିଶୁଣି ଫର୍ମ ପୂରଣ କରିନାହାନ୍ତି । ପୁଅ ପରୀକ୍ଷା ନ ଦେଲେ ଆତ୍ମହତ୍ୟା କରିବେ ବୋଲି ମା’ ଓ ପୁଅ ଚେତାବନୀ ଦେଇଛନ୍ତି ।

ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ଉଭୟ ମା’ ପୁଅଙ୍କୁ ବୁଝାସୁଝା କଲାପରେ ଶାନ୍ତ ପଡିଥିଲା ପରିସ୍ଥିତି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ । ଇମ୍ରାନ୍‌ଙ୍କ ଅଭିଭାବକ ଦୁଇ ଥର ଆସି ଯୋଗାଯୋଗ କରିଥିଲେ । ଘରେ କଥାବାର୍ତ୍ତା କରି ଫର୍ମ ପୂରଣ କରିବେ ବୋଲି କହିଥିଲେ । କିନ୍ତୁ ଫର୍ମପୂରଣ ଶେଷ ଦିନ ପର୍ଯ୍ୟନ୍ତ କେହି ଆସିନଥିଲେ । ତେଣୁ ଏବେ ଆଉ ଫର୍ମପୂରଣ ସମ୍ଭବ ନୁହେଁ । ସ୍କୁଲ ପକ୍ଷରୁ କୌଣସି ଭୁଲ ନାହିଁ ବୋଲି କହିଛନ୍ତି କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ।

Leave A Reply

Your email address will not be published.