ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ଆଥଲେଟ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି । ବ୍ୟାଡମିଂଟନରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସେ ପ୍ରି-କ୍ୱାର୍ଟର ମୁକାବିଲାରେ ଡେନମାର୍କର ମିୟା ବ୍ଲିଚଫେଲ୍ଟଙ୍କୁ ୨୧-୧୫, ୨୧-୧୩ରେ ପରାସ୍ତ କରିଥିଲେ । ଏହି ମ୍ୟାଚରେ ବିଜୟ ହାସଲ କରିବା ପାଇଁ ତାଙ୍କୁ ମାତ୍ର ୪୧ ମିନିଟ ସମୟ ଲାଗିଥିଲା ।
ବକ୍ସିଂ: ବକ୍ସିଂରେ ସତୀଶ କୁମାର ୯୧ କିଗ୍ରାରୁ ଊର୍ଦ୍ଧ୍ୱ ପୁରୁଷ ବିଭାଗର କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ସେ ପଦକ ହାସଲଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି । ସତୀଶ ଜାମାଇକାର ରିକାର୍ଡୋ ବ୍ରାଉନଙ୍କୁ ୪-୧ରେ ପରାସ୍ତ କରିଥିଲେ ।
ତୀରନ୍ଦାଜ ପ୍ରି-କ୍ୱାର୍ଟରରେ ପତିପତ୍ନୀ: ତୀରନ୍ଦାଜରେ ଭାରତର ଅତନୁ ଦାସ ପୁରୁଷ ସିଙ୍ଗଲ୍ସରେ ଦକ୍ଷିଣ କୋରିଆର ଷ୍ଟାର ଖେଳାଳି ତଥା ୨ ଥର ସ୍ୱର୍ଣ୍ଣ ପଦକ ବିଜେତା ଝିନୟେକ ଓହଙ୍କୁ ଶୁଟଆଉଟରେ ହରାଇ ପ୍ରି-କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ପୂର୍ବରୁ ମହିଳା ବିଭାଗରେ ତାଙ୍କ ପତ୍ନୀ ଦୀପିକା କୁମାରୀ ଚମତ୍କାର ପ୍ରଦର୍ଶନ କରି ପ୍ରି-କ୍ୱାର୍ଟରରେ ପ୍ରବେଶ କରି ସାରିଛନ୍ତି ।
ଶୁଟିଂ: ଶୁଟିଂରେ ମନୁ ଭାକର ୨୫ ମିଟର ଏୟାର ପିସ୍ତଲ ଇଭେଂଟର କ୍ୱାଲିଫାଇଂ ରାଉଣ୍ଡରେ ୫ମ ସ୍ଥାନ ହାସଲ କରିଛନ୍ତି ।
BREAKING NEWS
- Court Videos Barred: “24×7 ମନୋରଞ୍ଜନ ଚ୍ୟାନେଲ୍ ନୁହେଁ କୋର୍ଟ”, କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ?, ଭିଡିଓ ସେୟାର ଉପରେ ଲଗାଇଲେ କଟକଣା
- ବୋର୍ଡ ଲାଗିଥିଲା କ୍ଲିନିକର, ଭିତରେ ଚାଲିଥିଲା ସେକ୍ସ ରାକେଟ୍! ଭୁବନେଶ୍ୱରରେ ପୋଲିସର ବଡ଼ ଆକ୍ସନ୍
- Criminals at Jantar Mantar: ଜନ୍ତର-ମନ୍ତର ବିକ୍ଷୋଭରେ ୨,୫୦୦ରୁ ଅଧିକ କ୍ରିମିନାଲ୍ ଚିହ୍ନଟ, ଫେସିଆଲ ରିକଗ୍ନିସନ ସିଷ୍ଟମରେ ଦିଲ୍ଲୀ ପୋଲିସର ବଡ଼ ଖୁଲାସା
- ଚାରିଆଡୁ ସିଲ୍ ପୁରୀ, ରାଜପଥରେ ଅସମ୍ଭାଳ ଜାମ୍! ସୁନାବେଶ ଦେଖିବାକୁ ଯାଉଥିବା ଲକ୍ଷ ଲକ୍ଷ ଭକ୍ତ ବାଟରେ ନାକେଦମ୍
- ଆସନ୍ତାକାଲି ସୁଦ୍ଧା ସୃଷ୍ଟି ହେବ ଆଉ ଏକ ଲଘୁଚାପ, ସାରା ଓଡ଼ିଶାରେ ବର୍ଷା ଆଲର୍ଟ
- ନିଟ୍ ପେପର ଲିକ୍: ଏନଟିଏରେ ଆସିବ ବ୍ୟାପକ ସଂସ୍କାର; ଶିକ୍ଷାମନ୍ତ୍ରୀ ଦେବେ କି ଇସ୍ତଫା?
- ସୁନାବେଶରେ ଝଲସିବେ କାଳିଆ ସାଆନ୍ତ ଓ ଭାଇଭଉଣୀ: ରଥ ଉପରେ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି
- ଦାରିଦ୍ର୍ୟ ଆଉ ପୋଲିଓକୁ ଦେଲେ ମାତ୍: ଗ୍ଲାସଗୋରେ ଇତିହାସ ରଚି ଭାରତର ଖାତା ଖୋଲିଲେ ଇ-ରିକ୍ସା ଚାଳକ ଝଣ୍ଡୁ କୁମାର
- ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ଅଘଟଣ: ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ! ନବୀନ ଉଠାଇଲେ ପ୍ରଶ୍ନ
- Puri Bahuda Yatra 2026:ବାହୁଡ଼ିଲେ ମହାପ୍ରଭୁ…ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସମ୍ପନ୍ନ;ସିଂହଦ୍ବାର ଆଗରେ ତିନି ରଥ
Comments are closed.