ଟୋକିଓ: ଭାରତର ବ୍ୟାଡମିଂଟନ ତାରକା ପିଭି ସିନ୍ଧୁ ଚଳିତ ଟୋକିଓ ଅଲିମ୍ପିକ୍ସର ମହିଳା ସିଙ୍ଗଲ୍ସ ବିଭାଗରେ ପ୍ରବେଶ କରିଛନ୍ତି । ସେ ପଦକ ହାସଲରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି । ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲରେ ସିନ୍ଧୁ ଜାପାନର ଆକାନେ ୟାମାଗୁଚିଙ୍କୁ ୨୧-୧୩ ଓ ୨୨-୨୦ରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ କରିବା ପାଇଁ ତାଙ୍କୁ ୫୬ ମିନିଟ ସମୟ ଲାଗିଥିଲା । ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ ଏଥର ସ୍ୱର୍ଣ୍ଣ ଟାର୍ଗେଟରେ ରହିଛନ୍ତି ।
ହକି: ଜାପାନକୁ ହରାଇଲ ଭାରତ: ପୁରୁଷ ହକିରେ ମଧ୍ୟ ଆଜି ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଭାରତ ପୁଲ ଏର ଅନ୍ତିମ ମ୍ୟାଚରେ ଜାପାନକୁ ୫-୩ରେ ପରାସ୍ତ କରିଛି । ଏଥିସହ ପୁଲରେ ଦ୍ୱିତୀୟ ସ୍ଥାନରେ ରହି ଭାରତ କ୍ୱାର୍ଟର ଫାଇନାରେ ପ୍ରବେଶ କରିଛି । ଭାରତ ପକ୍ଷରୁ ଗୁରଜନ୍ତ ସିଂ ୨ଟି, ହରମନପ୍ରୀତ ସିଂ, ସମଶେର ସିଂ, ନୀଳକାନ୍ତ ଶର୍ମା ଗୋଲ ଦେଇଥିଲେ । ଜାପାନ ପକ୍ଷରୁ କେଂଟା ଟାନାକା ୨ଟି ଓ କୋଟା ୱାଟାନାବେ ଗୋଟିଏ ଗୋଲ ସ୍କୋର କରିଥିଲେ ।
BREAKING NEWS
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
- ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ
- ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦିବଙ୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର
- ଲାଞ୍ଚ ନେଇ ବନ୍ଧା ହେଲେ ପଶୁଚିକିତ୍ସା କାର୍ଯ୍ୟାଳୟର କର୍ମୀ
- ମାଓ ସଂଗଠନ ପାଇଁ ଅଡିଓ ବାର୍ତ୍ତା ଜାରି କଲେ ଡିଜିପି; ସରେଣ୍ଡର ପାଇଁ ଏହି ଫୋନ୍ ନଂରେ ଯୋଗାଯୋଗ କରନ୍ତୁ…
- ମହିଳା ଚଳାଇବେ ଆମ ବସ୍, ଟ୍ରେନିଂ ପାଇଁ ଗଲେ ପୁଣେ
- କାଙ୍ଗାଳ ପାକିସ୍ତାନର ନିଚ୍ଛକ ସତ, ଇଜ୍ଜତ ବିକି ମାଗୁଛି କରଜ
- ପ୍ରଥମ ରାଷ୍ଟ୍ରପତି ଭାବେ ମା’ ବିରଜାଙ୍କୁ ଦର୍ଶନ କରିବେ ଦ୍ରୌପଦୀ ମୁର୍ମୁ
- ଅରିଜିତଙ୍କୁ ବଡ ଅନୁରୋଧ କଲେ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ
Comments are closed.