Latest Odisha News

BREAKING NEWS

ଭାରତ ବିପକ୍ଷ ସିରିଜରୁ ଓହରିଲେ ବେନ ଷ୍ଟୋକ୍ସ

ଲଣ୍ଡନ: ଭାରତ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ କ୍ରିକେଟ ସିରିଜ ପୂର୍ବରୁ ଇଂଲଣ୍ଡ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଏହି ସିରିଜରୁ ଓହରି ଯାଇଛନ୍ତି । ସେ କ୍ରିକେଟରୁ କିଛି ଦିନ ବ୍ରେକ ନେବା ପାଇଁ ନିଷ୍ପତି ନେଇଛନ୍ତି । ଏପରିକି ଟି୨୦ ବିଶ୍ୱକପରେ ମଧ୍ୟ ତାଙ୍କ ଖେଳିବା ନେଇ ସନ୍ଦେହ ଉପୁଜିଛି । ଇସିବି ଅନୁସାରେ ଆଙ୍ଗୁଳି ଆଘାତରୁ ସେ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରି ନ ଥିବାରୁ ଏହି ନିଷ୍ପତି ନେଇଛନ୍ତି ।

କରୋନା ମହାମାରୀ ଯୋଗୁ ଖେଳାଳିମାନଙ୍କ କଡା କଟକଣାରେ ରହିବାକୁ ପଡୁଛି । ଏହା ସେମାନଙ୍କ ମାନସିକ ଚାପ ବଢ଼ାଉଛି । ଏଥିରୁ ମୁକିଳିବା ପାଇଁ ସେମାନେ ଖେଳିବା ବଦଳରେ ପରିବାର ସହ ସମୟ କାଟିବାକୁ ପ୍ରାଥମିକତା ଦେଉଛନ୍ତି ।

Leave A Reply

Your email address will not be published.