Latest Odisha News

BREAKING NEWS

ଆସନ୍ତାକାଲିଠୁ ଖୋଲିବ ନନ୍ଦନକାନନ

ଭୁବନେଶ୍ବର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି ଠାରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କୋରୋନା କଟକଣା ମଧ୍ୟରେ ଆସନ୍ତାକାଲିଠୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପ୍ରାଣୀ ଉଦ୍ୟାନ ଓ ବଟାନିକାଲ୍ ଗାର୍ଡେନ୍ ପରିଦର୍ଶନ କରିବା ସମୟରେ ସମସ୍ତଙ୍କୁ କୋଭିଡ କଟକଣା ମାନିବାକୁ ଅନୁରୋଧ କରାଯାଇଛି ।

ନନ୍ଦନକାନନ ଖୋଲିବା ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବା ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପର୍ଯ୍ୟଟକଙ୍କ ପାଇଁ ଫେସ ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ସହ ମୁଖ୍ୟ ପ୍ରବେଶ ଫାଟକରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । କାଶ, ଥଣ୍ଡା, ଜ୍ବର ଥିଲେ ନନ୍ଦନକାନନ ଭିତରକୁ ପ୍ରବେଶକୁ ନିଷେଦ୍ଧ କରାଯାଇଛି । ସେହିପରି ପଶୁପକ୍ଷୀଙ୍କ ଖୁଆଡର ସୁରକ୍ଷା ବାଡକୁ ସ୍ପର୍ଶ କରିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।

Leave A Reply

Your email address will not be published.