Latest Odisha News

BREAKING NEWS

ବିରଞ୍ଚି ସାହୁଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ବର : ମହଙ୍ଗା ପଡିଲା ଦୁର୍ନୀତି । ବିଦା ହେଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନର ପିଏସ ବିରଞ୍ଚି ସାହୁ । କୋଟିପତି ପିଏସ ବିରଞ୍ଚି ସାହୁଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ମାମଲାରେ ଗିରଫ ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର ।

ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପିଏସ୍ ବିରଞ୍ଚି ସାହୁ । ଚଢ଼ାଉ ବେଳେ ତାଙ୍କ ନିକଟରୁ ମୋଟ୍ ୩ କୋଟି ୭୯ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ସେଥିମଧ୍ୟରୁ ୩ କୋଟି ୫୧ ଲକ୍ଷରୁ ଅଧିକ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି । ଗତ ୩୧ ତାରିଖରେ ବିରଞ୍ଚିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଜାମିନ ଖାରଜ ପରେ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ବିରଞ୍ଚି । ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଆଜି ବିରଞ୍ଚିଙ୍କୁ ନିଲମ୍ବିତ କରିଥିଲା ଓଏସଏସସି । ଚଢ଼ାଉ ବେଳେ ନଗଦ ୧୩ ଲକ୍ଷ ଟଙ୍କା ସହ ଦେଖ କେଜିରୁ ଅଧିକ ସୁନା ଓ ଅଳଙ୍କାର ଜବତ କରିଥିଲା ଭିଜିଲାନ୍ସ ।

Leave A Reply

Your email address will not be published.