Latest Odisha News

BREAKING NEWS

ନିଜ ବନ୍ଧୁକରୁ ଗୁଳି ମାରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର: ନିଜକୁ ନିଜେ ଗୁଳି କରିଦେଲେ ସୁରକ୍ଷାକର୍ମୀ । ଭୁବନେଶ୍ୱର ଗଙ୍ଗନଗରରେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି ଜଣେ ସିକ୍ୟୁରିଟି ଗାର୍ଡ । ତାଙ୍କ ନାଁ କୃଷ୍ଣଚନ୍ଦ୍ର ଦାସ । ସେ ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବରେ କାମ କରୁଥିଲେ । ଗତକାଲି ରାତି ୧୨ଟାରୁ ଗୋଟାଏ ଭିତରେ ଏହି ଘଟଣା ଘଟିଥିଲା ।

ପରିବାର ଲୋକଙ୍କ କହିବା ଅନୁସାରେ କୃଷ୍ଣଚନ୍ଦ୍ର ପିସିଆର ଭ୍ୟାନକୁ ଡକାଇ ପୋଲିସ ଉପସ୍ଥିତିରେ ନିଜ ବନ୍ଧୁକରୁ ପେଟକୁ ଗୁଳି ଚଳାଇଥିଲେ । ଏନେଇ ସ୍ତ୍ରୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ଖୋଳତାଡ ଜାରି ରଖିଛି । ତେବେ କୃଷ୍ଣଚନ୍ଦ୍ର କାହିଁକି ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.