Latest Odisha News

BREAKING NEWS

ଅମିତ ଶାହଙ୍କୁ ଭେଟିଲେ ଶରଦ ପାୱାର

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଆଜି ଭେଟିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ରାଜନୀତି ପଶାପାଲିର ଏହି ଦୁଇ ଧୂରନ୍ଧରଙ୍କ ମିଳନର କାରଣ ସ୍ପଷ୍ଟ ହୋଇ ନାହିଁ । ଏହା ସତ୍ୱେ ମହାରାଷ୍ଟ୍ରରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ମୌସୁମୀ ଅଧିବେଶନ ଅବସରରେ ଉଭୟଙ୍କ ସାକ୍ଷାତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

କଂଗ୍ରେସ ଅନ୍ୟ ବିରୋଧୀ ଦଳକୁ ଏକାଠି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ବିଜେପି ଏବଂ ଏନସିପି ମଧ୍ୟରେ ବାରମ୍ବାର ବୈଠକ ଅନ୍ୟ ମାନଙ୍କୁ ଚିନ୍ତାରେ ପକାଇଛି । କରୋନା ମହାମାରୀ ଓ ବନ୍ୟା ପରିସ୍ଥିତି ନେଇ ଉଭୟ ତୁଙ୍ଗ ନେତା ଭେଟିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.