Latest Odisha News

BREAKING NEWS

କୋଭିଶିଲ୍ଡ ପାଇଁ ବୁଷ୍ଟର ଡୋଜର ଆବଶ୍ୟକତା ନାହିଁ; ‘ହୁ’

ନୂଆଦିଲ୍ଲୀ: ଟିକାକରଣ ଅଭିଯାନର ୬ ମାସ ପରେ ଦେଶର ବୃଦ୍ଧ ଓ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ବୁଷ୍ଟର ଡୋଜର ଆବଶ୍ୟକତା ନାହିଁ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)।

ବିଶେଷ କରି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ନିର୍ମିତ କୋଭିଶିଲ୍ଡ ଟିକା ଗ୍ରହଣ କରିଥିବା ଲୋକଙ୍କ ପାଇଁ ବୁଷ୍ଟର କୌଣସି ଆବଶ୍ୟକତା ନଥିବା କହିଛି ହୁ। ହୁ ଦ୍ବାରା କରାଯାଇଥିବା ସୁପାରିଶରେ କୁହାଯାଇଛି ଯେ, ଜଣେ ବ୍ୟକ୍ତି ଦୁଇଟି ଡୋଜ କୋଭିଶିଲ୍ଡ ଟିକା ନେବା ପରେ ଅଦ୍ୟାବଧି ଅଧିକ ଡୋଜର ଆବଶ୍ୟକତା ଥିବା କୌଣସି ପ୍ରମାଣ  ନାହିଁ। ହୁ କହିଛି ଯେ ବୁଷ୍ଟର ଡୋଜ ପାଇଁ ଅଧିକ ତଥ୍ୟର ଆବଶ୍ୟକତା ରହିଛି।

Leave A Reply

Your email address will not be published.