Latest Odisha News

BREAKING NEWS

ବଡ ଖବର: ଓଡିଶା ମୁଖ୍ୟମନ୍ତ୍ରୀ ଉଭୟ ହିଞ୍ଜିଳି ଓ ବିଜେପୁର ଆସନରୁ ନିର୍ବାଚନ ଲଢିବେ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ୨୦୧୯ ନିର୍ବାଚନ ପଶ୍ଚିମ ଓଡିଶାରୁ ଲଢିବା ନେଇ ସୂଚନା ଦେବାର ଗୋଟିଏ ଦିନ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁରରୁ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନମଣ୍ଡଳୀ ସହିତ ବରଗଡ ଜିଲ୍ଲାର ବିଜେପୁର ଆସନରୁ ମଧ୍ୟ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି ।

ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ୨୧ଟି ଲୋକସଭା ଆସନରୁ ୯ଟି ଏବଂ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୫୪ଟି ସିଟ୍ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

୯ଟି ଲୋକସଭା ଆସନର ପ୍ରାର୍ଥୀ ତାଲିକା- ପ୍ରସନ୍ନ ଆଚାର୍ଯ୍ୟ (ବରଗଡ), କୌଶଲ୍ୟା ହିକକା (କୋରାପୁଟ), ଚନ୍ଦ୍ରଶେଖର ସାହୁ (ବ୍ରହ୍ମପୁର), ରମେଶ ଚନ୍ଦ୍ର ମାଝି (ନବରଙ୍ଗପୁର), ଅଚ୍ୟୁତ ସାମନ୍ତ (କନ୍ଧମାଳ), ପୁଷ୍ପେନ୍ଦ୍ର ସିଂହଦେଓ (କଳାହାଣ୍ଡି), ପ୍ରମିଳା ବିଷୋଇ (ଆସ୍କା), ସୁନୀତା ବିଶ୍ୱାଳ (ସୁନ୍ଦରଗଡ) ଏବଂ କଳିକେଶ ନାରାୟଣ ସିଂହଦେଓ (ବଲାଙ୍ଗୀର) ପ୍ରମୁଖ ।

ଏହି ଘୋଷିତ ହୋଇଥିବା ୯ଟି ଲୋକସଭା ଆସନ ମଧ୍ୟରୁ ପ୍ରାୟ ୮ଟି ଆସନରେ ନୂତନ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି ।

Leave A Reply

Your email address will not be published.