Latest Odisha News

BREAKING NEWS

CBSE ରେଜଲ୍ଟ ନେଇ ସ୍କୁଲରେ ଉତ୍ତେଜନା

ନୂଆପଡ଼ା : ସିବିଏସଇ ପରୀକ୍ଷା ଫଳାଫଳକୁ ନେଇ ଖଡ଼ିଆଳ ପବ୍ଲିକ ସ୍କୁଲରେରେ ଉତ୍ତେଜନା ଅସନ୍ତୋଷ । ଅଭିଭାବକ ଓ ଛାତ୍ରଛାତ୍ରୀ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଓ କରିଛନ୍ତି । CBSE ପରୀକ୍ଷା ଫଳରେ ଜାଲିଆତି କରାଯାଇଥିବା ଅଭିଯୋଗ କରି ଅଭିଭାବକ ଓ ଛାତ୍ରଛାତ୍ରୀ ପବ୍ଲିକ ସ୍କୁଲ ପ୍ରିନ୍ସିପାଳଙ୍କ ସହ ଫଳାଫଳ ବିଷୟରେ ଆଲୋଚନା କରିଥିଲେ । ହେଲେ ପ୍ରିନ୍ସିପାଳ ଙ୍କ କଥା ରେ ତାଳମେଳ ରହୁନଥିବା ରୁ ତୀଵ୍ର ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟାଳୟ କୁ ଘେରାଓ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପକ୍ଷପାତିତା କରି ଫଳାଫଳ ତିଆରି କରିଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଭଲ ପଢ଼ୁଥିବା ଛାତ୍ରଛାତ୍ରୀ ଙ୍କ କେରିୟର ସହ ଖେଳିବା ସହ ସେମାନଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି କହିବା ସହ ଏହାର ସମାଧାନ ଯେଉଁ ଦିନ ପର୍ଯ୍ୟନ୍ତ ନ ହୋଇଛି ସେଦିନ ପର୍ଯ୍ୟନ୍ତ ସ୍କୁଲ କୁ ବନ୍ଦ ରଖାଯିବ ବୋଲି ଚେତାବନୀ ଦେଇଛନ୍ତି ।

ସେପଟେ ସି ବି ଏସ ଇ ର ନିର୍ଦ୍ଦେଶନାମା ଅନୁଯାୟୀ ମାର୍କ ଦିଆଯାଇଛି ଓ କୌଣସି ପକ୍ଷପାତିତା କରାଯାଇ ନାହିଁ । ଯେଉଁ ମାନେ ଏଥିରେ ସହମତି ନୁହଁନ୍ତି ସେମାନେ ଆଉଥରେ ପରୀକ୍ଷା ଦେଇ ପାରିବେ ବୋଲି କହିଛନ୍ତି ।

ପ୍ରିନସିପାଲଙ୍କ ଏହି ମତାମତକୁ ଅଭିଭାବକ ମାନେ ନା ପସନ୍ଦ କରିବା ସହିତ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.