ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ନାଁ ବଦଳାଇଛନ୍ତି କେନ୍ଦ୍ର ସରକାର । ଏବେ ରାଜୀବ ଗାନ୍ଧୀଙ୍କ ନାଁ ବଦଳରେ ମେଜର ଧ୍ୟାନଚନ୍ଦଙ୍କ ନାଁରେ ପ୍ରଦାନ କରାଯିବ ଖେଳରତ୍ନ ପୁରସ୍କାର । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
I have been getting many requests from citizens across India to name the Khel Ratna Award after Major Dhyan Chand. I thank them for their views.
Respecting their sentiment, the Khel Ratna Award will hereby be called the Major Dhyan Chand Khel Ratna Award!
Jai Hind! pic.twitter.com/zbStlMNHdq
— Narendra Modi (@narendramodi) August 6, 2021
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭାରତ ପାଇଁ ସମ୍ମାନ ଏବଂ ଗର୍ବ ଆଣିଥିବା ଦେଶର କ୍ରୀଡାବିତ୍ମାନଙ୍କ ମଧ୍ୟରେ ଧ୍ୟାନଚାନ୍ଦ ଥିଲେ ଅନ୍ୟତମ । ଏହା ଉପଯୁକ୍ତ ଯେ ଆମ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ତାଙ୍କ ନାମରେ ନାମିତ ହେଲା । ଏହାସହ ପୁରୁଷ ଓ ମହିଳା ହକି ଦଳର ଅତୁଳନୀୟ ପ୍ରଦର୍ଶନ ଆମ ଦେଶରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି । ହକି ପ୍ରତି ଏକ ନୂଆ ଆଗ୍ରହ ସୃଷ୍ଟି ହୋଇଛି । ଯାହା ଭାରତର କୋଣ ଅନୁକୋଣରେ ପରିଲକ୍ଷିତ ହୋଇଛି । ଏହା ଆଗାମୀ ସମୟ ପାଇଁ ଏକ ସକରାତ୍ମକ ସଙ୍କେତ ଅଟେ ।
The exceptional performance of the Men’s and Women’s Hockey Team has captured the imagination of our entire nation. There is a renewed interest towards Hockey that is emerging across the length and breadth of India. This is a very positive sign for the coming times. pic.twitter.com/E7HT3Gd7h5
— Narendra Modi (@narendramodi) August 6, 2021
ମେଜର ଧ୍ୟାନ ଚାନ୍ଦ ଭାରତର ପ୍ରମୁଖ କ୍ରୀଡାବିତ୍ମାନଙ୍କ ମଧ୍ୟରେ ଥିଲେ । ଯେଉଁମାନେ ଭାରତ ପାଇଁ ପାଇଁ ସମ୍ମାନ ଓ ଗର୍ବ ଆଣିଥିଲେ । ଏହା ଉପଯୁକ୍ତ ଯେ ଆମ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ତାଙ୍କ ନାମରେ ନାମିତ ହେବ ବୋଲି ଟ୍ବିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
Comments are closed.