Latest Odisha News

BREAKING NEWS

ଟ୍ରକରେ ଯାଉଥିଲା ଆଲମୀରା, ତାଭିତରେ ଥିଲା ୯୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣର ଅଭିନବ ଉପାୟ । ଆଲମୀରା ଭିତରେ ଗଞ୍ଜେଇ ପ୍ୟାକେଟ୍ । ଆଲମୀରାକୁ ଟ୍ରକରେ ଲଦି କୋରାପୁଟରୁ ଚାଲାଣ ହେଉଥିଲା ଉତ୍ତରପ୍ରଦେଶ । ବିଶେଷସୂତ୍ରରୁ ଖବର ପାଇଁ ଚଢ଼ାଉ କଲା ପୋଲିସ । ଯାଞ୍ଚ ବେଳେ ଆଲମୀରା ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କୋରାପୁଟ ଜିଲ୍ଲା ଚାଙ୍ଗୁଡ଼ିପଡ଼ା ଛକ ନିକଟରେ ଯାଞ୍ଚ ବେଳେ ଟ୍ରକ ସମେତ ଆମଲୀରା ଓ ଗଞ୍ଜେଇ ଜବତ ହୋଇଛି ।

ପାଡୁଆ ଅଞ୍ଚଳରୁ ଏକ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ନେଇ ପୋଲିସକୁ ସୂଚନା ମିଳିଥିଲା । ଏହାପରେ ଚାଙ୍ଗୁଡିଆପଡ଼ା ଛକରେ ପୋଲିସ ନାକାବନ୍ଦୀ କରି ଗାଡ଼ିମୋଟର ଯାଞ୍ଚ କରୁଥିଲା । ଏତିକିବେଳେ ଗଞ୍ଜେଇ ଭର୍ତ୍ତି ଆଲମୀରା ଲୋଡ୍ କରି ଆସୁଥିବା ଟ୍ରକକୁ ଯାଞ୍ଚ କରିଥିଲା ପୋଲିସ ।

ଆଲମୀରା ଖୋଲି ଦେଖିବା ବେଳେ ସେଥିରୁ ପ୍ୟାକେଟ୍ ପ୍ୟାକେଟ୍ ଗଞ୍ଜେଇ ମିଳିଥିଲା । ୮ଟି ଆଲମୀରାରୁ ଜବତ ହୋଇଛି ୧୬୦ ପ୍ୟାକେଟ୍ ଗଞ୍ଜେଇ । ପାଖାପାଖି ୯ କ୍ୱିଣ୍ଟାଲ । ଯାହାର ଆନୁମାନିକ ମୂଲ୍ୟ ୯୦ ଲକ୍ଷରୁ ଅଧିକ ଟଙ୍କା ହେବ । ଏହି ଘଟଣାରେ ପୋଲିସ ୨ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କ ଘର ଉତ୍ତରପ୍ରଦେଶରେ । ସେମାନେ ଗଞ୍ଜେଇ ଚାଲାଣ ପାଇଁ ବିଜୟନଗରମରୁ ୮ଟି ଆଲମୀରା କିଣିଥିଲେ ।

Comments are closed.