Latest Odisha News

BREAKING NEWS

ଭୁବନେଶ୍ୱର ବିମାନ ବନ୍ଦରରୁ ୨୦ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ସୁନା ଜବତ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଆଇଏସଏଫ୍ ଅଧିକାରୀ ପୁଣିଥରେ ବିପୁଳ ପରିମାଣର ସୁନା ଜବତ କରିଛି ।

ସୂତ୍ରରୁ ପ୍ରକାଶ ଯେ ଜବତ ସୁନା ଗୁଡିକର ପରିମାଣ ପାଖାପାଖି ୬୧୦ ଗ୍ରାମ ହେବ । ଏଥିସହିତ ଜବତ ସୁନାର ବଜାର ମୂଲ୍ୟ ଆନୂମାନିକ ୨୦ ଲକ୍ଷ ଟଙ୍କା ହେବା ନେଇ ଜଣାପଡିଛି ।

ତେବେ ଏହି ସୁନା ବ୍ୟାଙ୍କକରୁ ଭାୟା ଭୁବନେଶ୍ୱର ଦେଇ ଦିଲ୍ଲୀ ଚାଲାଣ ହେବାର ଥିଲା । ଅମରଜିତ୍ ସିଂହ ନାମକ ଜଣେ ବ୍ୟକ୍ତି ବ୍ଲାକ ଟେପ୍ ସାହାର୍ଯ୍ୟରେ ପଗଡି ଭିତରେ ଲୁଚାଇ ଆଣୁଥିଲେ । ବିମାନବନ୍ଦରରେ ଯାଞ୍ଚ ସମୟରେ ସିଆଇଏସଏଫ୍ ଅଫିସରଙ୍କ ହାତରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଧରାପଡିଛନ୍ତି ।

ତେବେ ଏସମ୍ପର୍କରେ ଅଧିକ ପଚରାଉଚରା କରିବା ପାଇଁ ସିଆଇଏସଏଫ୍ ସମ୍ପୃକ୍ତ ବ୍ୟକ୍ତିଙ୍କୁ କଷ୍ଟମ୍ ବିଭାଗକୁ ହସ୍ତାନ୍ତର କରିଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.