Latest Odisha News

BREAKING NEWS

ମାର୍ଚ୍ଚ ୨୨ ପରେ ୪୦ ଡିଗ୍ରୀକୁ ବୃଦ୍ଧି ପାଇବ ରାଜ୍ୟର ତାପମାତ୍ରା

ଭୁବନେଶ୍ୱର : ଓଡିଶାର ଅଧିକାଂଶ ସ୍ଥାନରେ ମାର୍ଚ୍ଚ ୨୨ ତାରିଖ ଠାରୁ ଦିନର ତାପମାତ୍ରା ଧିରେଧିରେ ବଢିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ସାଇକ୍ଲୋନିକ୍ ସର୍କୁଲେସନ୍ ପ୍ରଭାବରେ ଦକ୍ଷିଣ- ଆଭ୍ୟନ୍ତରିଣ ଓଡିଶାର କିଛି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି ।

ସେହିପରି ମାର୍ଚ୍ଚ ୨୧ ତାରିଖରୁ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ରାୟଗଡ, କନ୍ଧମାଳ, ନୂଆପଡା, ବଲାଙ୍ଗିର ଓ ବୌଦ୍ଧର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ପବନ ବୋହିବା ସହ ବିଜୁଳି ଓ ଘଡଘଡି ହେବାର ଆଶଙ୍କା ରହିଛି ।

ଏହାବ୍ୟତିତ ମାର୍ଚ୍ଚ ୨୨ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ, ନୟାଗଡ, ଖୋର୍ଦ୍ଧା, କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ୱର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ପବନ ବୋହିବା ସହ ବିଜୁଳି ଓ ଘଡଘଡି ମାରିବାର ଆଶଙ୍କା ରହିଛି ।

ସାଇକ୍ଲୋନିକ୍ ସର୍କୁଲେସନ୍ ପ୍ରଭାବରେ ପାଖାପାଖି ମାର୍ଚ୍ଚ ୨୨ ତାରିଖ ବେଳକୁ ରାଜ୍ୟରେ ଜଳବାୟୁରେ କୌଣସି ପରିବର୍ତ୍ତନ ହେବ ନାହିଁ । ପରେ ମାର୍ଚ୍ଚ ୨୩ ତାରିଖରେ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ଧିରେଧିରେ ବୃଦ୍ଧି ପାଇବ । ଦକ୍ଷିଣ ଓଡିଶାର କିଛି ସ୍ଥାନ ତଥା ମାଲକାନଗିରିରେ ତାପମାତ୍ର କ୍ରମଶ ୪୦ ଡିଗ୍ରୀକୁ ବୃଦ୍ଧି ପାଇବ । ସେହପରି ପଶ୍ଚିମ, ଉପକୂଳ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟ ତାପମାତ୍ରା ବଢିବାର ସମ୍ଭାବନା ରହିଛି । ଯେଉଁଥିରେ ଭୁବନେଶ୍ୱର ମଧ୍ୟ ରହିଛି ।

Leave A Reply

Your email address will not be published.