ଭୁବନେଶ୍ୱର: ଓଡ଼ିଶା ଫେରିଛନ୍ତି ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମରେ ଭାଗ ନେଇଥିବା ୪ ଓଡ଼ିଆ ଖେଳାଳି । ପୁରୁଷ ହକି ଦଳର ଉପଅଧିନାୟକ ବୀରେନ୍ଦ୍ର ଲାକ୍ରା ଓ ଡିଫେଣ୍ଡର ଅମିତ ରୋହିଦାସ ଏବଂ ମହିଳା ଟିମର ଉପଅଧିନାୟିକା ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ । ସେମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିବେ ।

ଗତକାଲି ଦିଲ୍ଲୀରୁ ୪ ହକି ତାରକା ଭୁବନେଶ୍ୱରରେ ପହଞ୍ଚିଥିଲେ । ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ଜେନା, କ୍ରୀଡ଼ା ସଚିବ ଆର୍. ଭିନିଲକ୍ରିଷ୍ଣା, ପୂର୍ବତନ ହକି ଖେଳାଳି ଦିଲ୍ଲୀପ ତିର୍କୀଙ୍କ ସମେତ ଖେଳାଳିଙ୍କ ପରିବାର ସେମାନଙ୍କୁ ସ୍ୱାଗତ କରିଥିଲେ ।

ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଚ ମେଡାଲ୍ ଜିତିଛି । ୪୧ ବର୍ଷ ପରେ ପଦକ ଜିତିବା ସହ ନୂଆ ଇତିହାସ ରଚିଛି ଭାରତ । ସେହିପରି ମହିଳା ହକି ଟିମ୍ ପ୍ରଥମ ଥର ଅଲିମ୍ପିକ୍ସ ସେମିଫାଇନାଲ୍ ଖେଳିଛି । ବ୍ରୋଞ୍ଜ ମେଡାଲରୁ ବଞ୍ଚିତ ହୋଇଥିଲେ ବି ଅଲିମ୍ପିକ୍ସରେ ଖେଳାଳିଙ୍କ ପ୍ରଦର୍ଶନ ସମସ୍ତଙ୍କ ମନ ମୋହିଛି । ଭାରତୀୟ ଟିମରେ ପ୍ରତିନିଧିତ୍ୱ କରିଥିବାରୁ ୪ ଓଡ଼ିଆ ହକି ଖେଳାଳି ନିଜକୁ ଗର୍ବିତ ମନେ କରିଛନ୍ତି ।

BREAKING NEWS
- ଧଳା କୁର୍ତ୍ତା ଗଲା, ଗେରୁଆ ଆସିଲା: ବେଙ୍ଗଲରେ ଶୁଭେନ୍ଦୁଙ୍କ ‘ଯୋଗୀ ଅବତାର’!
- Fast-Track Courts: ପ୍ରତିଷ୍ଠା ହେବ ୭ଟି ମହିଳା ଫାଷ୍ଟଟ୍ରାକ୍ ଏବଂ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ
- ‘ନମ୍ବର ଗେମ୍’ ପାରି କଲେ ଥାଲାପଥି, ସରକାର ଗଢିବାକୁ ରାଜ୍ୟପାଳଙ୍କ ଠାରୁ ମିଳିଲା ମଞ୍ଜୁରୀ… କେବେ ହେବ ଶପଥ ଗ୍ରହଣ ?
- Pakistani spies nabbed:ବର୍ଷକରେ ୪୫୭ ପାକିସ୍ତାନୀ ଗୁପ୍ତଚର ଗିରଫ… ଅପରେସନ ସିନ୍ଦୂର ପରେ ISI କାର୍ଯ୍ୟକଳାପ ବୃଦ୍ଧି ପାଇଛି
- UGC NET 2026 ପାଇଁ ଏକାଧିକ ଫର୍ମ ଭରିଲେ ବାତିଲ ହୋଇଯିବ ଆବେଦନ, NTAର ନିର୍ଦ୍ଦେଶ
- ଏହି ଦେଶଗୁଡ଼ିକର ପିଲାଙ୍କୁ ସ୍କୁଲରେ ଶୋଇବା ପାଇଁ ବିରତି କାହିଁକି ଦିଆଯାଏ? ଏହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଜୁରୁରୀ…
- ୨୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା
- ଆସନ୍ତା ୧୧ ତାରିଖରୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି
- ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ବଦଳାଇ ଦେଇଛି ବିଶ୍ୱ ରାଜନୀତିର ମାନଚିତ୍ର
- ଏବେ ATM ରୁ ବାହାରିବ PF ଟଙ୍କା! ଚାକିରିଆଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କେମିତି କାମ କରିବ ଏହି ନୂଆ ବ୍ୟବସ୍ଥା
Comments are closed.