Latest Odisha News

BREAKING NEWS

ରାଜଧାନୀରେ ହଜାରେ ଡେଇଁଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ହଜାରେ ପାର କରିଛି । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରୁ ଆଉ ୩୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧ହଜାର ୯କୁ ବୃଦ୍ଧି ପାଇଛି ।

ତେବେ ସେମାନଙ୍କ ଭିତରୁ ୭୦୬ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ୩୦୩ଟି ଆକ୍ଟିଭ କେସ୍ ରହିଛି । ବିଏମସି ପକ୍ଷରୁ ସଚେତନତା ଓ ସଫେଇ କାର୍ୟ୍ୟକ୍ରମକୁ ବ୍ୟାପକ କରାଯାଇଛି । ଗତ ୨୪ ଘଣ୍ଟାରେ ୧୦ ହଜାର ୨୭୬ଟି ଘରେ ମୋଟ ୪୨ହଜାର ୫୮୮ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଛି ।
୩୨ ହଜାର ୮୩୧ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟେଇବା ସହ ୩୨ ହଜାର ୪୮୭ଟି ସ୍ଥାନରେ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଛି । ଡେଙ୍ଗୁ ନେଇ ଲୋକଙ୍କ ଭିତରେ ବିଏମସି ପକ୍ଷରୁ ବିଭିନ୍ନ ଓ୍ୱାର୍ଡରେ ଜନସଚେତନତା ସୃଷ୍ଟି କରାଯାଉଛି । ବିଭିନ୍ନ ଓ୍ୱାର୍ଡ ଓ ବସ୍ତିରେ ବୁଲୁଛି ସଚେଚତନା ଗାଡ଼ି ।

Leave A Reply

Your email address will not be published.