Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପଞ୍ଚାୟତ ପିଇଓ, ୫ଟି ସ୍ଥାନରେ ରେଡ୍

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ପିଇଓ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦୀଘା ଓ ମଠକରଗୋଳା ପଞ୍ଚାୟତ ପିଇଓ ସନ୍ତୋଷ ସାହୁଙ୍କ ଘରେ ରେଡ୍ ହୋଇଛି । ୫ଟି ଟିମ୍ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚଳାଇଛନ୍ତି ।

ଢେଙ୍କାନାଳ ଜିଲ୍ଲାର ୫ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି । ରେଡ୍ ବେଳେ କାମାକ୍ଷାନଗରରେ ସନ୍ତୋଷ ସାହୁଙ୍କର ଗୋଟିଏ ତିନି ମହଲା ଓ ଦୁଇଟି ଦୁଇ ମହଲା କୋଠା ଥିବା ଠାବ କରିଛନ୍ତି ଭିଜିଲାନ୍ସ ଟିମ୍ ।

ଭିଜିଲାନ୍ସ ବିଭାଗର ଜଣେ ଡିଏସପିଙ୍କ ନେତୃତ୍ୱରେ ୭ ଜଣ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ଅଛନ୍ତି । ରେଡ୍ ଜାରି ରହିଥିବାରୁ ତାଙ୍କର କେତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଅଛି ? କେତେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.