Latest Odisha News

କଟକ ରେଳ ଷ୍ଟେସନର ଉନ୍ନତି ପାଇଁ ରେଳମନ୍ତ୍ରୀଙ୍କୁ ବିଜେପିର ଦାବିପତ୍ର

କଟକ : କଟକ ରେଳ ଷ୍ଟେସନର ଉନ୍ନତି ଏବଂ ଭିତ୍ତିଭୂମିର ବିକାଶ ପାଇଁ ବିଜେପି ପକ୍ଷରୁ ଦିଆଯାଇଥିବା ଦାବିକୁ ଗ୍ରହଣ କରିଛନ୍ତି ରେଳରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏ ନେଇ ନଗର ବିଜେପି ପକ୍ଷରୁ କଟକ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଦଳ ପକ୍ଷରୁ କୁହାଯାଇଛି ଯେ, କଟକ ଷ୍ଟେସନର ଉନ୍ନତିକରଣ ଦିଗରେ ୪ଟି ଦାବି କରାଯାଇଥିଲା । ସେଥିମଧ୍ୟରୁ ନରାଜ ଦେଇ ୨୨ଟି ଟ୍ରେନ୍ ଚଳାଚଳ କରୁଥିବା ବେଳେ ଅଧିକାଂଶ ଟ୍ରେନ୍ କଟକ ଦେଇ ଯାଉନାହିଁ । ଯେଉଁଥିପାଇଁ ଯାତ୍ରୀ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ସେହିପରି ଭୁବନେଶ୍ବରରୁ ୪ଟି ଟ୍ରେନ୍ ଦକ୍ଷିଣବର୍ତ୍ତୀ ଜିଲ୍ଲାକୁ ଯାଉଥିବା ବେଳେ, ତାହାକୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଦାବି କରିଥିଲା ବିଜେପି । ସେହିପରି ଷ୍ଟେସନ ପରିସର ଏବଂ ରେଲୱେ ଟ୍ରାକ୍ କଡରେ ବହୁ ଜମି, କ୍ବାର୍ଟର, ସାଇକେଲ୍ ଏବଂ ବାଇକ୍ ଷ୍ଟାଣ୍ଡ ଆଦି ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ତାହାକୁ ଭଙ୍ଗାଯାଇ ଆଧୁନିକ ଶୈଳୀରେ ବିଭିନ୍ନ ହୋଟେଲ୍, ରେଷ୍ଟୁରାଣ୍ଟ, କ୍ଲବ୍ ଆଦି କରିବାକୁ ଦାବି ହୋଇଛି । ଏହାସହ ସେହି ସ୍ଥାନର ହୋଟେଲ୍ ନିର୍ମାଣ କରି ଲିଜ୍ ସୁତ୍ରରେ ଦିଆଯାଇ କଟକ ଷ୍ଟେସନକୁ ଏକ ସୁନ୍ଦର ଷ୍ଟେସନ ଭାବେ ଗଢି ତୋଳିବାକୁ ମନ୍ତ୍ରୀଙ୍କ ନିକଟରେ ଦାବି କରିଛି ନଗର ବିଜେପି । ତେବେ ଖୁବଶୀଘ ଏନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

Comments are closed.